• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ କଳ୍ପନା କରିନଥିବେ। କିଏ କିଛି ନିଆରା ଉପହାର ଦେବାକୁ ଚିନ୍ତା କରୁଥିବ ତ ଆଉ କିଏ ନୂଆ ସ୍ଥାନକୁ ବୁଲିବାକୁ ପ୍ଲାନ କରୁଥିବେ।

ଏଠାରେ ଆମେ କହିରଖୁଛି ଯେ, ଆପଣମାନେ ସମସ୍ତେ ପ୍ରତିଦିନ ଗଣମାଧ୍ୟମରେ ଅନେକ ସ୍କାମ ବାବଦରେ ଖବର ଦେଖୁଥିବେ। ସୂଚନା ଅନୁସାରେ, TAJ ସମେତ ବିଳାସପୂର୍ଣ୍ଣ ହୋଟେଲରେ ମାଗଣା ୭ ଦିନ ରହଣି ପ୍ୟାକେଜ୍ ପ୍ରଦାନ କରିବାକୁ ଦାବି କରୁଥିବା ‘ନକଲି’ ଭାଲେଣ୍ଟାଇନ୍ସ ଡେ ’ଉପହାର ଭାଉଚର ବିଷୟରେ ସାଇବର ବିଶେଷଜ୍ଞମାନେ ଲୋକଙ୍କୁ ଏବେଠୁ ଚେତାବନୀ ଦେଇଛନ୍ତି | ଟାଟା ନାମରେ ଆଉ ଏକ ଠକେଇ ବାର୍ତ୍ତା ସୋସିଆଲ ମିଡିଆରେ ଘୂରି ବୁଲୁଛି।  ଯାହା କି ମୋବାଇଲ୍ ଫୋନ୍ ଜିତିବାର ସୁଯୋଗ ଦେଉଛି।

ଫୋନରେ କିମ୍ବା ହ୍ୱାଟ୍ସଆପରେ ଏହି ପରି ବାର୍ତ୍ତା ସାଇବର ଆକ୍ରମଣର କାରଣ ହୋଇପାରେ ଏବଂ ଏହା ଏକ ନୂତନ କୌଶଳ ବୋଲି ଜଣାପଡ଼ିଛି। ଯାହା କି, ସ୍କାମରମାନେ ଅନଲାଇନ୍ ଠକେଇ ତଥା ନିର୍ଦ୍ଦୋଷ ଲୋକଙ୍କୁ ଶିକାର କରିବା କିମ୍ବା ବ୍ୟକ୍ତିଗତ ସୂଚନା ସଂଗ୍ରହ କରି ଏହାର ଫାଇଦା ଉଠାଉଥିବା କଥା ସାଇବର ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ଉଦାହରଣ-

ସ୍କାମ ଆଲର୍ଟ :: ଭାଲେଣ୍ଟାଇନ୍ସ ଡେ ଉପହାର ଗ୍ରହଣ କରିବାକୁ ପ୍ରଶ୍ନର ଉତ୍ତର ଦିଅ। ମୁଁ ଏହି ପ୍ରଶ୍ନପତ୍ରରେ ଭାଗ ନେଇ ଏକ ମୋବାଇଲ୍ ଫୋନ୍ ଜିତିଲି । ମୋର ବନ୍ଧୁ ମଧ୍ୟ ପୁରସ୍କାର ପାଇଛନ୍ତି। ଆସ ଏବଂ ପୁରସ୍କାର ପ୍ରାପ୍ତ କରନ୍ତୁ।

ସ୍କାମ ଆଲର୍ଟ 2: ମୁଁ TAJ ହୋଟେଲରୁ ଏକ ଉପହାର କାର୍ଡ଼ ପାଇଲି ଏବଂ ଶେଷରେ TAJ ହୋଟେଲରେ ୭ ଦିନ ମାଗଣାରେ ରହିବାର ସୁଯୋଗ ପାଇଲି । ଏବଂ ଏହା ପରେ ଏମିତି ଏକ ଲିଙ୍କ ଆସୁଥିବା କଥା ସାମ୍ନାକୁ ଆସୁଛି।

ତାଜ ହୋଟେଲ କର୍ତ୍ତୃପକ୍ଷ ଏକ ସ୍ପଷ୍ଟୀକରଣ ଜାରି କରି ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ। “ଏହା ଆମ ନଜରକୁ ଆସିଛି ଯେ, ହ୍ୱାଟ୍ସଆପରେ ମାଧ୍ୟମରେ ଏକ ତାଜ ଅନୁଭୂତି ଉପହାର କାର୍ଡ ପ୍ରଦାନ କରି ଏକ ୱେବସାଇଟ୍ ଭାଲେଣ୍ଟାଇନ୍ସ ଡେ ପଦକ୍ଷେପକୁ ପ୍ରୋତ୍ସାହିତ କରୁଛି। ଆମେ ସୂଚନା ଦେବାକୁ ଚାହୁଁଛୁ ଯେ ତାଜ ହୋଟେଲ / IHCL ଏପରି କିଛି ଦେଇନାହିଁ। ଆମେ ଏଥିପ୍ରତି ଧ୍ୟାନ ଦେବା ଏବଂ ଯତ୍ନବାନ ହେବା ପାଇଁ ଅନୁରୋଧ କରୁଛୁ। ”

ସେପଟେ, ଓଡିଶାର ବରିଷ୍ଠ ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ ଏପରି ଦୁଇଟି ଉଦାହରଣକୁ ଆଲୋକିତ କରିଛନ୍ତି। ଯେଉଁଠାରେ ଲୋକମାନେ ନିଜ ଫୋନରେ ଜାଲ୍ ବାର୍ତ୍ତା ଏବଂ ହ୍ୱାଟ୍ସଆପ ନମ୍ବରରେ ମାଗଣା ଭାଲେଣ୍ଟାଇନ୍ସ ଡେ ଉପହାର ଭାଉଚର ପ୍ରଦାନ କରିଥିଲେ। ବାର୍ତ୍ତା ସହିତ ସଂଲଗ୍ନ ହୋଇଥିବା ଲିଙ୍କରେ କ୍ଲିକ୍ ନକରିବାକୁ ଶ୍ରୀ ସାହୁ ଆହୁରି ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରଶାନ୍ତ ସାହୁ କହିଛନ୍ତି, “ଭାଲେଣ୍ଟାଇନ୍ସ ଡେ ଅଫର ନାମରେ ଆପଣ ଏପରି ହ୍ୱାଟ୍ସଆପ / ଏସ୍ଏମ୍ଏସ୍ ମେସେଜ୍ ପାଇପାରିବେ। ଯଦି ଆପଣ ଏହା ଉପରେ କ୍ଲିକ୍ କରନ୍ତି, ସେମାନେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରିବେ, ତାହାପରେ ଆପଣଙ୍କୁ ସମାନ ସନ୍ଦେଶକୁ ଅନ୍ୟ ଗୋଷ୍ଠୀକୁ ପଠାଇବାକୁ କହିବେ। ଏହା ପରେ ସେମାନେ ଆପଣଙ୍କ ମୋବାଇଲରେ ଏକ ବିପଜ୍ଜନକ ଆପ୍ଲିକେସନ ଲୋଡ୍ କରିବାକୁ କହିବେ। ” ସୁରକ୍ଷିତ ରହିବାକୁ - ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ, ଅନ୍ୟ ଗୋଷ୍ଠୀକୁ ବାର୍ତ୍ତା ପଠାନ୍ତୁ ନାହିଁ, ଫର୍ମ ପୂରଣ କରନ୍ତୁ ନାହିଁ, ବୋଲି ସେ ପରାମର୍ଶ ଦେଇଛନ୍ତି।

ପଢନ୍ତୁ : ସ୍ତ୍ରୀ ଗଲେ ଆଉ ଗୋଟାଏ ବାହା ହୁଅ

Beware-this-valentines-day-stay-away-from-scammers-special-offers
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories