• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଫୋନ ପେ‘ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ। ନଚେତ୍‌ ଅନ୍‌ଲାଇନ୍‌ରେ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଯିବେ ଲୁଟେରା। ଏମିତି ଜଣେ ପେ’ ପେନ ବ୍ୟବହାରକାରୀଙ୍କୁ ଚକ୍‌ମା ଦେଇ ଟଙ୍କା ଲୁଟିନେବାକୁ ଯାଉଥିବାବେଳେ ଧରାପଡ଼ିଛନ୍ତି  ଅନ୍‌ଲାଇନ୍‌ ଲୁଟେରା।

ଏଇ ଠକ ଜଣକ ପ୍ରଥମେ ଗ୍ରାହକଙ୍କୁ ଫୋନ କରି ନିଜକୁ ଫୋନ ପେ’‌ର କର୍ମଚାରୀ ବୋଲି କହିଥିଲେ। ଫୋନ ପ’ରେ  ତାଙ୍କର କିଛି ଅଫର ଆସିଥିବା ସୂଚନା ଦେଇଥିଲା। କହିଥିଲେ, ଆପଣଙ୍କର ଆକାଉଣ୍ଟକୁ ବୋନସ ଟଙ୍କା ଆସିଛି। ନେବା କଥା ଯଦି ନିଅନ୍ତୁ, ନଚେତ୍‌ ଫେରସ୍ତ ଚାଲିଯିବ।

ୟୁଜର୍ସ ଜଣକ କିଛି ବୁଝି ନ ପାରି ତାଙ୍କୁ ଏଥିପାଇଁ କ’ଣ କରିବାକୁ ହେବ ପଚାରିବାରୁ ଲୁଟେରା ଜଣକ ଗୋଟିଏ ପରେ ଗୋଟିଏ ଅପ୍‌ସନ ବତାଇ ଚାଲିଥିଲେ।  ଶେଷରେ ଫୋନ୍ ପେ’ରେ ଆସିଥିବା ଏକ ଲିଙ୍କକୁ ଆକ୍‌ସେପ୍ଟ କରିବା ପାଇଁ ୟୁଜର୍ସଙ୍କୁ କହିଥିଲେ। ତେବେ ଠକର ଏହି ଚାଲାକିକୁ ଧରି ନେଇଥିଲେ ୟୁଜର୍ସ।

ୟୁଜର୍ସ ଲୁଟେରାଙ୍କୁ ଧମକ ଦେବା ସହ ତାଙ୍କ ଚାଲାକି ଧରି ସବୁ କଥାବାର୍ତ୍ତ ରେକର୍ଡିଂ କରିଛନ୍ତି ବୋଲି କହିଥିଲେ। ଏହା ଶୁଣିବା ପରେ ଲୁଟେରା ଜଣକ ଭୟଭୀତ ହେବା ପରିବର୍ତ୍ତେ ହସି ହସି ଠକେଇ କରୁଥିବା ମାନିଥିଲେ। ତେବେ ସେ ଏମିତି ଠକୁଛନ୍ତି ଏବଂ ଆହୁରି ଠକିବେ ଏବଂ ତାଙ୍କୁ ପୋଲିସ କେବେ ବି ଧରିପାରିବେ ନାହିଁ ବୋଲି ବେପରୁୱା ଭାବେ କହିଥିଲେ।

ତାଙ୍କ କଥାବାର୍ତ୍ତାରୁ ଜଣା ପଡ଼ୁଥିଲା ଯେମିତି ସେ ତାଙ୍କ କାମ ପାଇଁ ଅନୁତପ୍ତ ନୁହଁନ୍ତି ବା ଭୟଭୀତ ନୁହଁନ୍ତି। ସେ ଯେମିତି କିଛି ଭୁଲ୍‌ କରିନାହାନ୍ତି ସେହିପରି ୟୁଜର୍ସଙ୍କ ସହ କଥାବାର୍ତ୍ତା କରୁଥିଲେ। ଏପରିକି କେମିତି ଲୁଟ୍‌ କରୁଛନ୍ତି, କାହିଁକି ପୋଲିସ ଧରିପାରୁନି ସେ କଥା ମଧ୍ୟ ନିର୍ଭୟରେ ବଖାଣି ଚାଲିଥିଲେ। ଲୁଟେରା ଜଣକ  ଝାଡ଼ଖଣ୍ଡ ଜାମତାରା ଅଂଚଳର ବୋଲି ଫୋନରେ କହୁଥିବା ଜଣାଯାଇଛି। ଏହି ବାର୍ତ୍ତାଳାପର ଭିଡିଓ ଓଟିଭିର ହସ୍ତଗତ ହୋଇଛି।

ଆସନ୍ତୁ ଶୁଣିବା କେମିତି ଗ୍ରାହକଙ୍କୁ ଅନଲାଇନ୍‌ରେ ଠକୁଛନ୍ତି ଏଇ ଲୁଟେର..

https://youtu.be/Yoo-reAsQkM

 

Beware-fraudsters-on-prowl-to-con-you-through-upi-enabled-payment-systems-111
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories