ସୁନ୍ଦରୀ ପ୍ରତିଯୋଗିତାରେ ବ୍ରହ୍ମପୁରର କୁନି ଝିଅ ହେଲେ ପ୍ରଥମ

ବ୍ରହ୍ମପୁର: ଗ୍ଲୋବାଲ ବିଉଟି ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଜୁନିଅର ବିଉଟି ପ୍ରତିଯୋଗିତାରେ ବ୍ରହ୍ମପୁରର କୁନି ଝିଅ ଅନମୋଲ ଭାରତରେ ପ୍ରଥମ ସ୍ଥାନ ଅଧତ୍କାର କରିଛନ୍ତି।

ଅନ୍‌ମୋଲଙ୍କ ଘର ବ୍ରହ୍ମପୁର ରାମକୃଷ୍ଣ ନଗରରେ ତାଙ୍କର ଓଡ଼ିଶୀ ଡ୍ୟାନ୍ସ ଓ କ୍ୟାଟ୍ ୱାକ୍‌ର ଭିଡିଓ ଅନଲାଇନ୍ ମାଧ୍ୟମରେ ଦେଖିବା ପରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଫଳାଫଳ ପ୍ରକାଶ ପାଇଛି।

ସାରା ଭାରତରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସଂସ୍ଥା ପକ୍ଷରୁ ଆୟୋଜିତ ଅନଲାଇନ୍ ପ୍ରତିଯୋଗିତାରେ ୩୫ଟି ଦେଶର ୧୨ରୁ ୧୬ ବର୍ଷ ମଧ୍ୟରେ ଝିଅମାନେ ଭାଗ ନେଇଥିଲେ।

ପଢ଼ନ୍ତୁ ବଡ ଖବର:ଏଇ ମାସରେ ଖୋଲିବ ସ୍କୁଲ୍‌

ଆସନ୍ତା ୨୦୨୧ ମସିହା ମେ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଫାଇନାଲ ରାଉଣ୍ଡ କରାଯିବ। ତେବେ ଏଥିରେ ଉତ୍ତୀର୍ଣ୍ଣ ହୋଇ ଜୁନିଅର ବିଶ୍ୱସୁନ୍ଦରୀ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅନମୋଲ୍।

 

You might also like