ଛୁରୀ ଭୁସି ଯୁବକଙ୍କୁ ନୃଶଂସ ହତ୍ୟା

ଦିଗପହଣ୍ଡି: ଗାଁ ଦାଣ୍ଡରେ ଗଡିଲା ମୁଣ୍ଡ। ଗଞ୍ଜାମ ଦିଗପହଣ୍ଡି ଥାନା ବନ୍ଥାପଲି ଗାଁରେ ଜଣେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତ ଯୁବକ ହେଲେ ବଚନ ସ୍ୱାଇଁ। ଆଜି ସକାଳେ ବଚନ ସ୍ୱାଇଁ ଓ ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଏହା ଉଗ୍ର ରୂପ ନେବା ପରେ ବଚନଙ୍କୁ ଅନ୍ୟ ଯୁବକ ଜଣଙ୍କ ଛୁରା ମାଡ଼ କରିଥିଲା।

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି। ତେବେ ମୃତ ବଚନଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like