ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୪ ଦିନ ପାଇଁ ବ୍ରହ୍ମପୁର ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି।
ସଟ୍ଡାଉନ୍ ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। ଏହାସହ କଣ୍ଟାକ୍ଟସ୍ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟିନ୍ ବ୍ୟବସ୍ଥାର ମଧ୍ୟ ଯାଞ୍ଚ ହେବ। ଏଥିପାଇଁ ୭୦ଟି ହେଲ୍ଥ୍ ଟିମ୍ ନିୟୋଜିତ ହେବେ। ସଟ୍ଡାଉନ୍ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ଏସବୁକୁ ଛାଡ଼ିଦେଲେ ସହରର ବାକି ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ମିଳିଛି।
ବ୍ରହ୍ମପୁର ସହର ବ୍ୟତୀତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଗୋଷାଣି ଓ ଗୁମା ବ୍ଲକ୍ ଏବଂ ରାଣୀପେଣ୍ଠ ଗ୍ରାମପଞ୍ଚାୟତକୁ ମଧ୍ୟ ୩ ଦିନ ପାଇଁ ପ୍ରଶାସନ ପକ୍ଷରୁ ସଟ୍ଡାଉନ୍ ଘୋଷଣା କରାଯାଇଛି।