ଦୁଷ୍କର୍ମ ଉଦ୍ୟମରେ ସଫଳ ନହେବାରୁ ଶିଶୁକନ୍ୟାର ଗଳା କାଟିଲା ଦୁର୍ବୃତ୍ତ?

ଗଲା କାଟିଦେଲା ଅଭିଯୁକ୍ତ

ବ୍ରହ୍ମପୁର: ଦୁଷ୍କର୍ମକୁ ପ୍ରତିହତ କରିବାରୁ ଶିଶୁକନ୍ୟାର ଗଳାକାଟି ଦେଲା ଅଭିଯୁକ୍ତ। ଗୋଳନ୍ଥରା ଥାନା ସୋରଳ ଗାଁରେ ଶିଶୁକନ୍ୟା ଗଳାକାଟିବା ଘଟଣାରେ ଆସିଲା ଚାଂଚଲ୍ୟକର ତଥ୍ୟ। ବ୍ରହ୍ମପୁର ଏସପିଙ୍କ ସୂଚନା ଅନୁସାରେ, ଦୁଷ୍କର୍ମ ଉଦ୍ୟମ ପରେ ଗଳା କାଟିଥିବା ସୂଚନା ମିଳୁଛି ବୋଲି କହିଲେ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରିପାର୍ଶ୍ୱିକ ସ୍ଥିତି ଓ ଲୋକଙ୍କ ବୟାନରୁ ଦୁଷ୍କର୍ମ ଉଦ୍ୟମ ସୂଚନା ଅଛି।

ଦୁଷ୍କର୍ମ ପାଇଁ ଝିଅକୁ ପ୍ରଲୋଭିତ କରି ନେଇଥିବା ସୂଚନା ମିଳୁଛି। ମେଡିକାଲ ରିପୋର୍ଟ ମିଳିନଥିବାରୁ ପ୍ରକୃତ ତଥ୍ୟ ଜଣାପଡ଼ିନି ବୋଲି ଏସପି କହିବା ସହ ଝିଅଟିର ବେକ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ଧରାଯାଇଛି। ତଦନ୍ତ ସରିବା ପରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କହିଲେ ଏସପି।

You might also like