ବହୁଚର୍ଚ୍ଚିତ HDFC ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲା

ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଗିରଫ କଲା ପୁଲିସ

ବ୍ରହ୍ମପୁର  : ବ୍ରହ୍ମପୁରରେ ବହୁଚର୍ଚ୍ଚିତ HDFC ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଛନ୍ତି କ୍ଲିନିକର ମାଲିକ ଡାକ୍ତର ହୃଷିକେଶ ତ୍ରିପାଠୀ। ଗିରଫ ପରେ ସଂପୃକ୍ତ ଡାକ୍ତରଙ୍କୁ ଧରି ତନାଘନା ଜାରି ରଖିଛି ପୁଲିସ। କ୍ଲିନିକ୍ ସମେତ ମୃତଦେହକୁ ପୋତାଯାଇଥିବା ସ୍ଥାନକୁ ନେଇ ଛାନ୍‌ଭିନ୍ କରୁଛି ବ୍ରହ୍ମପୁର ପୁଲିସ।

ଭୁବନେଶ୍ୱରରୁ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅନେକ ଦିନ ଧରି ନିଖୋଜ ଥିବା ଗଞ୍ଜାମ ଖଲ୍ଲିକୋଟ ଚିକିଲିଗା ଗାଁର ବିଷ୍ଣୁ ପ୍ରସାଦ ଗୌଡ଼ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଏହାପରେ ପୁଲିସ ସୁରାଗ ପାଇ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କ ଘରୋଇ ସହାୟକ ଗଂଗା ବେହେରାକୁ ଧରି ପଚରାଉଚରା କରିଥିଲା । ଏହାପରେ ଗଂଗା ବେହେରାର ସୂଚନା ମୁତାବକ ମୃତଦେହ ପୋତାଯାଇଥିବା ସ୍ଥାନକୁ ପୁଲିସ ନେଇ ମୃତଦେହକୁ ଉଦ୍ଧାର କରିଥିଲା । ହତ୍ୟାକାଣ୍ଡ ପରଠୁ ଡାକ୍ତର ହୃଷିକେଶ ତ୍ରିପାଠୀ ଫେରାର୍ ଥିବାବେଳେ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

You might also like