ଗାଁ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ବ୍ରହ୍ମପୁର :(ଅଶୋକ ବ୍ରହ୍ମା) ଗାଁ ଗଣ୍ଡଗୋଳରୁ ଜଣକୁ ହତ୍ୟା କରାଯାଇଛି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ ହୀରାପଲୀ ଗାଁରେ ଏହି ଘଟଣା ଘଚିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହୀରାପଲୀ ଗାଁର ପ୍ରଭାକର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ ତାଙ୍କ ଜମିରେ ଗ୍ରାମବାସୀ ଜୋର ଜବରଦସ୍ତ ଆସି ଘର କାମ ପାଇଁ ପଥର ପକାଇଥିଲେ । ତେବେ ଏହାକୁ ନେଇ ପ୍ରଭାକର ପ୍ରତିବାଦ କରିବାରୁ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ।

ଏହାକୁ ନେଇ ବ୍ୟକ୍ତି ଜଣକ ଥାନାରେ ଏତଲା ଦେଇ ଫେରୁଥିବାବେଳେ ସଂଘବଦ୍ଧ ଭାବେ ୭ରୁ ୮ ଜଣ ଯୁବକ ଆସି ଆକ୍ରମଣ କରିଥିଲେ। ଆକ୍ରମଣରେ ବ୍ୟକ୍ତି ଜଣକ ଗୁରୁତର ହୋଇ ପଡିଥିବାବେଳେ ଚିକିତ୍ସା ପାଇଁ ପ୍ରଭାକରଙ୍କୁ ନେବାକୁ ଆମ୍ବୁଲାନ୍ସ ମଧ୍ୟ ଛାଡିନଥିଲେ। ଗ୍ରାମବାସୀ ଏହାପରେ ଏକ ଅଟୋରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

You might also like