କେବେ ଲୋକଙ୍କ କାମରେ ଲାଗିବ ବ୍ରହ୍ମପୁର ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ?

ବ୍ରହ୍ମପୁର: ଅଧପନ୍ତରିଆ ଅବସ୍ଥାରେ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ଉଦଘାଟନ ହେବାର ବର୍ଷେ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଲାଗି ପାରିନାହିଁ। ଏପରି ସ୍ଥିତିରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି, ଏହା କେବେ ଲୋକଙ୍କ କାମରେ ଲାଗିବ ?

ଏପରି ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

୫୬ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହୋଇଥିବା ଏହି ସୁପର ସ୍ପେଶାଲିଟି ବ୍ଲକ୍‌ଟି ୨୦୧୭ରେ ଉଦ୍‌ଘାଟିତ ହୋଇଥିଲା। ଏହାପରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ କାମ ଅଧପନ୍ତରିଆ ଅବସ୍ଥାରେ ପଡିରହିଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି।

ଅନ୍ୟପଟେ ୨୦୧୩ରୁ  ପୁରୁଣା କୋଠା ବିପଦପୂର୍ଣ୍ଣ ରହିଛି ବୋଲି ଘୋଷଣା କରାଯାଇଥିଲା।  ହେଲେ ଏବେ ବି ସେହି ପୁରୁଣା କୋଠାରେ ରୋଗୀ ଦେଖା ଚାଲିଛି।

ଏନେଇ ପଚରାଯିବାରେ ଆସନ୍ତା ୧୦ ଦିନ ଭିତରେ ନୂଆ ବ୍ଲକ୍ କାର୍ଯ୍ୟକ୍ଷମ ହେବ ବୋଲି ମେଡିକାଲ କଲେଜ୍‌ର ଡିନ୍ କହିଛନ୍ତି।

You might also like