ନେଲାନି ଆମ୍ୱୁଲାନ୍ସ, ଜୀବନ ହାରିଲେ ରୋଗୀ

ବ୍ରହ୍ମପୁର: ହଜିଗଲା ମାନବିକତା, ଭୁଲି ଗଲେ କର୍ତ୍ତବ୍ୟ। କରୋନା ଡର ଏତେ ଘାରିଲା, ଗୁରୁତର ରୋଗୀଙ୍କୁ ବି ନେବାକୁ ଅମଙ୍ଗ ହେଲେ ଆମ୍ବୁଲାନ୍ସ ଡ୍ରାଇଭର୍। ଏ କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଇଲାକା ନୁହେଁ ବ୍ରହ୍ମପୁର ସହରର ପ୍ରହଲ୍ଲାଦ ନଗରରେ ଘଟିଛି ଏଭଳି ହଦୃୟ ବିଦାରକ ଘଟଣା।

ମଧୁମେହରେ ପୀଡ଼ିତ ଥିବା ମନୋଜ ପ୍ରହରାଜଙ୍କ ସ୍ୱାସ୍ଥ୍ୟବସ୍ଥା ଆଜି ହଠାତ୍ ବିଗିଡ଼ି ଯାଇଥିଲା। ପରିବାରଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ଆସିଲା କିନ୍ତୁ କରୋନା ଲକ୍ଷଣ ଥିବା କହି ରୋଗୀ ନେବାକୁ ମନା କରିଦେଲା। ଯାହାପରେ ଗୁରୁତର ଅବସ୍ଥାରେ ଘର ଦାଣ୍ଡରେ ଛଟପଟ ହେଲେ ମନୋଜ।

ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଥିବା ଦେଖି ପରିବାରଲୋକେ ଆମ୍ବୁଲାନ୍ସ ଡ୍ରାଇଭର୍‌ଙ୍କୁ ନେହୁରା ହୋଇଥିଲେ। ମନୋଜଙ୍କ ପୁଅ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗୁହାରି କରିଥିଲେ। ବାପାଙ୍କୁ ହସ୍ପିଟାଲ୍ ନେବାକୁ ବାରମ୍ବାର ବାରମ୍ବାର କହିବା ସତ୍ତ୍ୱେ ଗାଡ଼ିରେ ନା ଓହ୍ଲାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ ନା ରୋଗୀଙ୍କୁ ନେବାକୁ ରାଜି ହୋଇଥିଲେ।

ରୋଗୀଙ୍କୁ ଅନ୍ୟ ଏକ ଅଟୋରେ ନେଇ ଯିବାକୁ ବି ପ୍ରସ୍ତୁତ ହୋଇଥିଲେ ପରିବାରଲୋକେ। ପ୍ରାୟ ଘଣ୍ଟାଏ ଧରି ଘଟଣାସ୍ଥଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଗୁରୁତର ଅବସ୍ଥାରେ ଥିବା ମନୋଜଙ୍କୁ ଆମ୍ବୁଲାନ୍ସ ନେଇ ଡାକ୍ତରଖାନାକୁ ପହଞ୍ଚିଥିଲା ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଗତ କିଛି ଦିନ ତଳେ ସମାନ ଘଟଣା ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳରେ ଘଟିଥିଲା। ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ରୋଗୀଙ୍କୁ ଆମ୍ବୁଲାନ୍ସ ନେବାକୁ ମନା କରିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା।

ଏପଟେ ଆଜିର ଘଟଣା ପରେ ଚେତିଛି ପ୍ରଶାସନ। ଏଣିକି କରୋନା ସନ୍ଦିଗ୍ଧଙ୍କୁ ମଧ୍ୟ ୧୦୪ କିମ୍ବା ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନିଆଯିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ଜରୁରୀ ସ୍ଥିତିରେ କୋଭିଡ୍ ୧୯-ର ଆଇପିସି ଗାଇଡଲାଇନ୍ ଆଧାରରେ କରୋନା ସନ୍ଦିଗ୍ଧଙ୍କୁ ହସ୍ପିଟାଲ୍ ନିଆଯିବ ଏବଂ ଏଦିଗରେ ପଦକ୍ଷେପ ନେବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଆହୁରି ପଢ଼ନ୍ତୁ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

You might also like