କରୋନା ସଂକ୍ରମଣ ରୋକିବାକୁ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କଲା ବ୍ରହ୍ମପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର: ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରୋକିବାକୁ ହେଲେ ପ୍ରତିଷେଧକ ନିତାନ୍ତ ଜରୁରୀ। ଯେକୌଣସି ଜିନିଷ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ଏଭଳି ସ୍ଥଳେ ଏକ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ।

ପୂର୍ବରୁ ପେଡେଲ ହାତ ଧୁଆ ମେସିନ୍, ଫେସ୍ ସିଲ୍ଡ, ଏରୋ ସୋଲ୍ ବକ୍ସ, ସାନିଟାଇଜର ତିଆରି କରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ବ୍ରହ୍ମପୁର ସରକାରୀ ଆଇଟିଆଇ କରିଛି ଆଉ ଏକ ନୂତନ ପ୍ରୟାସ।
ଏଥିରେ ଯୋଗଦାନ କରିଛନ୍ତି ଆଇଟିଆଇ ଇଲେକ୍ଟ୍ରୋନିକ୍ସ ବିଭାଗର ଶିକ୍ଷକ ଓ ବ୍ରହ୍ମପୁର ଆଇଟିଆଇର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ।

You might also like