ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘର ଚେତାବନୀ: ମାସ୍କ ନପିନ୍ଧିଲେ ମିଳିବନି ରାସନ୍

ବ୍ରହ୍ମପୁର: ମାସ୍କ ନପିନ୍ଧିଲେ ମିଳିବନି ରାସନ୍। ନୋ ମାସ୍କ, ନୋ ରାସନ୍, ଏଭଳି ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛନ୍ତି ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘ। ବଡ଼ ବଜାରରେ ଥିବା ଏହି ମାର୍କେଟ ସଂଘ ପକ୍ଷରୁ ଏବେ ଲୋକଙ୍କ ପାଇଁ ଏଭଳି ନିୟମ ଲାଗୁ କରାଯାଇଛି।

ମାର୍କେଟରେ ଥିବା ଦୋକାନ ଗୁଡ଼ିକରେ ସାମାଜିକ ଦୂରତା ରଖିବା ସହ ଗ୍ରାହକଙ୍କ ମାନେ କିଭଳି ମାସ୍କ ପିନ୍ଧିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଏବେ ମାସ୍କ ନିୟମ କଡ଼ାକଡ଼ି ହୋଇଛି।

ଲୋକେ ଘରୁ ବାହାରିଲେ ମୁହଁ ଘୋଡ଼ାଇ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏହାକୁ ଖିଲାପ କଲେ ସହରାଞ୍ଚଳରେ ହଜାରେ ଓ ଗ୍ରାମାଞ୍ଚଳରେ ୫ ଶହ ଟଙ୍କା ଜରିମାନା ଲାଗିବ ବୋଲି କୁହାଯାଇଛି।

You might also like