ବ୍ରହ୍ମପୁର ବର୍ଡର ସିଲ୍
ଭୁବନେଶ୍ୱର: ସିଲ୍ ହେଲା ବ୍ରହ୍ମପୁର ସୀମା। ଏ ନେଇ ଘୋଷଣା କରିଛନ୍ତି ବିଏମସି କମିଶନର। ବ୍ରହ୍ମପୁର ସହର ଚାରି ଦିଗରୁ ବନ୍ଦ ଘୋଷଣା କରିଛନ୍ତି କମିଶନର। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ ରହିବ କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ। ମାଲ୍ ପରିବହନକାରୀ ଗାଡ଼ିକୁ ଯାଆସ ପାଇଁ ଅନୁମତି ରହିଛି। ସେହିପରି ରେଳ/ବିମାନ ଟିକେଟ ଥିବା ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିବ ବୋଲି ବିଏମସି କମିଶନର କହିଛନ୍ତି।
ପ୍ରକାଶଥାଉକି, କରୋନା ସଂକ୍ରମଣ ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍ କରାଯାଇଥିଲା। ଏହାସହ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିନଥିଲା। ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।