ବିସ୍ଫୋରଣରେ ୨ ମୃତ, ୩ ଗୁରୁତର

ବ୍ରହ୍ମପୁର: ବିସ୍ଫୋରଣରେ ୨ ମୃତ, ୩ ଗୁରୁତର ହୋଇଛନ୍ତି। ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ଗାଁରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ରସର ପାଇଁ ବିସ୍ଫୋରକ ଅନଲୋଡ୍ କରି ରଖିଲା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ବିସ୍ଫୋରଣ ସ୍ଥଳରେ ଜଣେ ଓ MKCG ମେଡିକାଲରେ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଗୁରୁତରଙ୍କୁ ମଧ୍ୟ MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ମାମଲାରେ ଜଣଙ୍କୁ ଅଟକ ରଖି ସଦର ଥାନା ପୋଲିସ ପଚରାଉଚରା ଚଳାଇଛି।

You might also like