ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପଛରେ ପଡିନାହାନ୍ତି ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ। ଏକ ଖୋଲା ଜିପ୍ରେ ବସି ପ୍ରଚାର କରୁଛନ୍ତି ୮୦ ବର୍ଷୀୟ ବେଣୁଧର।
କିଛି ଯୁବକ ମିଶି ବେଣୁଧରଙ୍କୁ ଏକ ଖୋଲା ଜିପ୍ରେ ବସାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଚାଲି ଚାଲି କିମ୍ବା ସାଇକେଲରେ ପୂରା ନିର୍ବାଚନମଣ୍ଡଳୀ ବୁଲିବା ସମ୍ଭବପର ହେଉନଥିବାରୁ ଜିପ୍ରେ ବସି ଭୋଟରଙ୍କ ପାଖକୁ ଯାଉଛନ୍ତି ବେଣୁଧର।
ଅନ୍ୟ ଦଳର ନେତାଙ୍କ ପାଖରେ ଅର୍ଥ ବଳ ଥିବା ବେଳେ ତାଙ୍କ ପାଖରେ ଲୋକଙ୍କ ସମର୍ଥନ ଥିବା କହିଛନ୍ତି ବେଣୁଧର। ସେ ଏହାକୁ ଆଶ୍ରା କରି ନିର୍ବାଚନ ଜିତିବେ ବୋଲି କହିଛନ୍ତି।