ବଙ୍ଗୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବଙ୍ଗୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ୫ ଜଣ ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ପରେ ନାବାଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ପରେ ଆଜି ସକାଳୁ ରସୁଲପୁର ନିକଟରେ ଥିବା ରାସ୍ତା କଡ଼ରେ ପକାଇ ପଳାଇଥିଲେ।

ରସୁଲପୁର ଗାଁର କିଛି ଲୋକ ଏହା ଦେଖିବା ପରେ କୁଭୀରଗୋଡ଼ି ସରପଞ୍ଚଙ୍କ ସହାୟତାରେ ନାବାଳିକାଙ୍କୁ ପ୍ରଥମେ ଭୋଗରାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

You might also like