ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ

ପାରାଦୀପ: ପାରାଦୀପ ଜଗନ୍ନାଥ କଲୋନୀରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଜଗନ୍ନାଥ କଲୋନୀ ବସ୍ତିରେ ଗରିବ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ, ଗହମ, କିରୋସିନ କମ୍‌ ପରିମାଣର ଦିଆଯାଉଥିବା ଅଭିଯୋଗ ହୋଇଛି।

ଏଥିସହ ଲୋକଙ୍କୁ ଦୀର୍ଘ ୨ କିଲୋମିଟର ଦୂରକୁ ଯିବାକୁ ପଡୁଛି। ଫଳରେ ମହିଳା, ଦିବ୍ୟାଙ୍ଗ ଓ ବୃଦ୍ଧଙ୍କୁ ହଇରାଣ ହେବାକୁ ପଡ଼ୁଛି। କଲୋନୀ ମଧ୍ୟରେ କାଉଣ୍ଟର ଖୋଲି ହିତାଧିକାରୀଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ଦାବି ହେଉଛି। ଦାବି ପୂରଣ ନ ହେଲେ ଲୋକମାନେ ଭୋଟ୍‌ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

 

You might also like