ଢେଙ୍କାନାଳ ଗୁଡ୍ ନ୍ୟୁଜ୍‌ ଇଣ୍ଡିଅା କେଳେଙ୍କାରୀ

ପ୍ରଥମ ଦିନ ଜେରାରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଫୟାଜ ରେହମାନଙ୍କୁ ଦୁଇ ଦିନିଅା ରିମାଣ୍ଡରେ ନେଇ ତଥ୍ୟ ଓଗାଳୁଛି ପୁଲିସ୍। ଢେଙ୍କାନାଳ ପୁଲିସ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରି ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଛି।

ସେଲଟର ହୋମ୍‌ ପକ୍ଷରୁ ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬କୋଟି ଟଙ୍କା ସଂଗ୍ରହ କରାଯାଉଛି। ଏଥିରୁ ପ୍ରାୟ ୧୪-୧୫କୋଟି ଟଙ୍କା ବିଦେଶରୁ ସଂଗ୍ରହ ହେଉଥିବା ଢେଙ୍କନାଳ ଏସପି ସନ୍ତୋଷ ନାୟକ ସୂଚନା ଦେଇଛନ୍ତି।

ଏଥିସହ ଓଡିଶା ସୋସାଇଟି ଆକ୍ଟ ଓ ଜେ.ଜେ. ଆକ୍ଟରେ ମଧ୍ୟ ସେଲଟର ହୋମ୍‌ର ପଂଜୀକରଣ ହୋଇନାହିଁ। ବିନା ପଂଜୀକରଣରେ ଓଡିଶାରେ ସେଲ୍‌ଟର ହୋମ୍‌ ଚାଲୁଥିଲା ବୋଲି ଏସ୍‌ପି କହିଛନ୍ତି।

You might also like