ବେଲଟିକିରି ସେଲ୍‌ଟର୍‌ ହୋମ୍‌ରେ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ସେଲ୍‌ଟର୍‌ ହୋମ୍‌ ଇନ୍‌ଚାର୍ଜ ଗିରଫ

ଢେଙ୍କାନାଳ: ଢେଙ୍କାନାଳରେ ବେଲଟିକିରିରେ ଥିବା ଏକ ବେଆଇନ ସେଲ୍‌ଟର୍‌ ହୋମରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଘଟଣାରେ ସେଲ୍‌ଟର୍‌ ହୋମ୍‌ ଇନ୍‌ଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍‌ ଗିରଫ କରିଛି।

ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ସେଲ୍‌ଟର୍‌ ହୋମ୍‌ ଏମ୍‌ଡି ଫୟାଜ ରେହମାନ୍‌ ଫେରାର ହୋଇ ଯାଇଛନ୍ତି।  ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛି।

ସେଲ୍‌ଟର୍‌ ହୋମ୍‌ରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା।  ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟି ଗତକାଲି ମିଳିତ ଭାବେ ଚଢ଼ାଉ କରିଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ଢେଙ୍କାନାଳ ବେଅାଇନ ସେଲ୍‌ଟର୍‌ ହୋମ୍‌ରେ ଝିଅଙ୍କୁ ଯୌନ ନିର୍ଯାତନା

You might also like