• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବେରୁଟ: ଲେବାନନ୍ ରାଜଧାନୀ ବେରୁଟ ସହରରେ କେମିତି ହୋଇଥିଲା ଭୟଙ୍କର ବିସ୍ଫୋରଣ ? କ'ଣ ଥିଲା ସେହି ସମୟର ଦୃଶ୍ୟ ? ତାହାର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜଣେ ପ୍ରବାସୀ ଓଡ଼ିଆ। ତାଙ୍କ ନାଁ ପ୍ରଫେସର ଦିଗାମ୍ବର ପାତ୍ର। କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ ସହରର ଦିଗାମ୍ବର ରୁହନ୍ତି ବେରୁଟରେ। ସେ ରହୁଥିବା ଆପାର୍ଟମେଣ୍ଟରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ସେ କହିଛନ୍ତି।

ପରଦିନ ସଂଧ୍ୟା ୬ଟାରେ ହଠାତ୍ ବିସ୍ଫୋରଣ ହୋଇଥିଲା। କାଳେ ଭୂମିକମ୍ପ ହୋଇଥିବ ଭାବି ପତ୍ନୀ ଏବଂ ପିଲାଙ୍କୁ ଧରି ବାହାରକୁ ବାହାରି ଆସିଥିଲେ। ସେତେବେଳକୁ ବେରୁଟର ବନ୍ଦର ଆଡକୁ ଏକ ଲାଲ୍‌ ରଙ୍ଗର କିଛି ଦେଖାଯାଉଥିଲା। କିଛି ସମୟରେ ପରେ ଜଣାପଡ଼ିଲା ତାହା ଥିଲା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ।

ଏହା ଏତେ ଭୟଙ୍କର ଥିଲା ସେ, ୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରଭାବ ଦେଖିବାକୁ ମିଳିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪୦ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ଦିଗାମ୍ବର। ତେବେ କୌଣସି ଭାରତୀୟଙ୍କ ବିଶେଷ କ୍ଷୟକ୍ଷତି ହୋଇନଥିଲେ ବି ସବୁ ଆଂଶିକ ଭାବେ ଘରଦ୍ୱାର କ୍ଷତି ହୋଇଥିବା ଦିଗାମ୍ବର କହିଛନ୍ତି।

https://youtu.be/0JJT8sY5OY0

 

Beirut-blast-odisha-man-in-lebanon-shares-his-experience
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories