ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

ବାଲେଶ୍ୱର : ସାଧାରଣତଃ ମନ୍ଦିର ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳିଥାଏ । କାରଣ ଏସବୁ ସ୍ଥାନରେ ପ୍ରବଳ ଜନସମାଗମ ଥାଏ । ତେଣୁ ଅଧିକ ଟଙ୍କା ପାଇବା ଆଶାରେ ଏହି ସବୁ ସ୍ଥାନ ଗୁଡ଼ିକକୁ ଭିକ୍ଷୁକମାନେ ଯାଇଥାନ୍ତି। ଆଉ ଧର୍ମ ମାସ କାର୍ତ୍ତିକରେ ଲୋକେ ପୁଣ୍ୟ ଆଶାରେ ଦାନ ଧର୍ମ କରିଥାନ୍ତି । ଏହି ସମୟରେ ମନ୍ଦିର ଗୁଡିକରେ ପ୍ରତିଦିନ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳେ ।

ହେଲେ ଆପଣ ଜାଣନ୍ତି ଆମ ଓଡ଼ିଶାରେ ଏମିତି ଏକ ଯାଗା ଅଛି , ଯେଉଁଠି ଭିକ୍ଷୁକମାନଙ୍କର ମେଳା ଲାଗେ । ପ୍ରତିବର୍ଷ ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲେଶ୍ୱର ବାଲିଘାଟରେ ଚାଲେ ଏହି କାର୍ତ୍ତିକ ମେଳା । ଆଉ ଏହି ମେଳାର ଖାସ୍ କଥା ହେଉଛି ଏଠାରେ ଆୟୋଜିତ ଭିକ୍ଷୁକ ମେଳା।

ଏହି ବର୍ଷ ମଧ୍ୟ ସେଠାରେ ଭକ୍ଷୁକମାନଙ୍କ ସମାଗମ ହୋଇଛି । ଏହି ମେଳାରେ ସାମିଲ ହୋଇଛନ୍ତି ଓଡ଼ିଶା ସମେତ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ହଜାର ହଜାର ଭିକାରୀ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ ପରେ ଭିକାରୀମାନଙ୍କୁ ଖାଦ୍ୟ, ବସ୍ତ୍ର ସାଙ୍ଗକୁ ଚାଉଳ ଓ ଟଙ୍କା ପ୍ରଦାନ କରିଛନ୍ତି।

ଉଲ୍ଲେଖନୀୟ ଯେ,  ଏହି ମେଳାରେ ଯୋଗ ଦେବା ପାଇଁ ପଡ଼ୋଶୀ ରାଜ୍ୟର ଭିକାରୀମାନେ ସପ୍ତାହେ ଆଗରୁ ଆସି ନିଜ ପାଇଁ ସ୍ଥାନ ସଂରକ୍ଷଣ କରିନିଅନ୍ତି। ଆଉ ପ୍ରତିବର୍ଷ ଠିକ୍‌ ଏହି କାର୍ତ୍ତିକମେଳାରେ ଆସି ଭିଡ଼ ଜମାନ୍ତି ।

ଆହୁରି ପଢ଼ନ୍ତୁ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ଶେଷ ଭିଡିଓ ବାର୍ତ୍ତାରେ ‘ବାଏ…ଡାଡି…ବାଏ’ କହି ଆଖି ବୁଜିଲେ ପୁଅ

ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ପକେଟ ମନିରୁ ଫେସ୍‌ ସିଲ୍ଡସ୍ ମାସ୍କ ତିଆରି କଲେ ଦଶମ ଶ୍ରେଣୀର ଛାତ୍ର

ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

ଅଣ୍ଡାରେ କଲେ ଏମିତି ଟ୍ରିକ୍, ଜିତିଲେ ଗିନିଜ ବୁକ୍‌ ରେକର୍ଡ, ଭିଡିଓ ଭାଇରାଲ

You might also like