ବାଲେଶ୍ୱର ବାଲିଘାଟରେ ନିଆରା ମେଳା

ବାଲେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୋଇଛି ଏକ ନିଆରା ମେଳା। ସ୍ଥାନୀୟ ଲୋକେ ଏହାକୁ ଭିକ୍ଷୁକ ମେଳା ବୋଲି କହିଥାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟର ବହୁ ଭିକ୍ଷୁକମାନେ ଏହି ମେଳାରେ ଯୋଗ ଦେଇଥିଲେ।

ସେମାନଙ୍କ ମଧ୍ୟରେ ବହୁ କୁଷ୍ଠରୋଗରେ ଆକ୍ରାନ୍ତ ବି ଥିଲେ। ମହିଳା ଭିକ୍ଷୁକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ବାଲିଘାଟରୁ ୧ କିଲୋମିଟର ପର୍ଯ୍ୟନ୍ତ ଏହି ଭିକ୍ଷୁକମାନେ ରାସ୍ତାର ଦୁଇ ପାର୍ଶ୍ୱରେ ବସିଥାନ୍ତି।

ଏହି ଭିକ୍ଷୁକ ମେଳା ପଛରେ ଏକ କାରଣ ରହିଛି। ବାଲିଘାଟରେ କାର୍ତ୍ତିକ ବୁଡ଼ ଓ ଡଙ୍ଗା ଭସାଇବା ପରେ ଶ୍ରଦ୍ଧାଳୁମାନେ ପୂଣ୍ୟ ଅର୍ଜନ ପାଇଁ ଭିକ୍ଷୁକଙ୍କୁ  ଚାଉଳ, ଟଙ୍କା, ବସ୍ତ୍ର ଦାନ କରିଥାନ୍ତି।

ମେଳାରେ ଯୋଗ ଦେବାକୁ ୭-୮ ଦିନ ଆଗରୁ ଭିକ୍ଷୁକମାନେ ଏଠାକୁ ଆସିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ସାରା ବସି ରହିଥାନ୍ତି। ଏହାସହ ଶ୍ରଦ୍ଧାଳୁମାନେ ଦାନ କରିଥିବା ଚାଉଳ, ପଇସା ନେଇ ମନ ଖୁସିରେ ଘରକୁ ଫେରିଥାନ୍ତି।

 

You might also like