ପାଣି ନାହିଁ ତ ଭୋଟ ନାହିଁ ; ନିର୍ବାଚନ ପୂର୍ବରୁ ତାତିଲେ ଲୋକେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ୍‌ ଜଳଜଡ ଗାଁରେ ତାତିଲେ ଲୋକେ। ଗାଁକୁ ପାନୀୟ ଜଳ ଯୋଗାଣ ନହେଲେ ଭୋଟ ବର୍ଜନର ଧମକ ଦେଲେ ଗ୍ରାମବାସୀ।

ଏନେଇ ଗାଁର ଶତାଧିକ ମହିଳା ପୁରୁଷ ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ନାରାବାଜି ଦେଇଥିଲେ। ଜଳଯୋଗାଣ ନହେଲେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଭୋଟକୁ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି ଗ୍ରାମବାସୀ।

You might also like