• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କେନ୍ଦୁଝର/ବାରିପଦା: ରାସ୍ତା ଗୋଟିଏ, ହେଲେ ଫଳକ ଲାଗିଛି ଦୁଇଟି। ଗୋଟିଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର, ଆଉ ଗୋଟେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ନାଁରେ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଦୁର୍ଗମ ଗାଁ ତମାଙ୍ଗକୁ ସଂଯୋଗ କରୁଥିବା ଗୋଟିଏ ରାସ୍ତା ପାଇଁ ଦୁଇଟି ଫଳକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ୩ କିଲୋମିଟର ୫୦୦ ମିଟର ରାସ୍ତା ପାଇଁ ଗତବର୍ଷ ଡିସେମ୍ବର ୭ରୁ କାମ ଆରମ୍ଭ ହୋଇ ୨୦୧୮ ସେପେମ୍ବର ୬ରେ ସାରିବାକୁ ସ୍ଥିର ହୋଇଛି। କିନ୍ତୁ ବାସ୍ତବରେ ମାତ୍ର ୨୦ ପ୍ରତିଶତ କାମ ବି ସରିନି। ଅନ୍ୟପଟେ କିନ୍ତୁ ବାହାବା ନେବାକୁ ପ୍ରତିଯୋଗିତା ଚାଲିଲାଣି।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଫଳକ ପାଖରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଫଳକ ମାରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ସବୁ ନିର୍ବାହୀ ଯନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ୨୦୧୫-୧୬ ପରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଯେଉଁ ସବୁ ରାସ୍ତା ନିର୍ମାଣ ହୋଇଛି ସବୁଥିରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଫଳକ ଲଗାଇବାକୁ ସ୍ପଷ୍ଟ ଭାବେ ଲେଖା ହୋଇଛି। ଆଉ ବାରିପଦା ସହର ନିକଟ ବାଲିଯୋଡାରୁ ଯଦୁନାଥପୁରକୁ ସଂଯୋଗ କରୁଥିବା ରାସ୍ତାରେ ତ ଅଫିସର ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଏକ ବିଜ୍ଞପ୍ତି ଅନୁସାରେ ଡିସେମ୍ବର ୭-୨୦୧୭ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରସ୍ତୁତ କରିଥିବା ଗାଇଡ଼ଲାଇନ ଅନୁସାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବାଦ ପଡୁଥିବା ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯିବ। ୧୦୦ କିମ୍ବା ତାଠାରୁ ଅଧିକ ଲୋକ ରହୁଥିବା ଗାଁରେ ଏହି ଯୋଜନାରେ ରାସ୍ତା ହେବ। ଏମିତିକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବାଦ ପଡିଥିବା ୭,୫୨୧ ଗାଁ ଭିତରୁ ୩୪୮୬ ଗାଁକୁ ରାସ୍ତା ପାଇଁ ୬,୦୦୦ କୋଟିର ବ୍ୟୟ ବରାଦ ମଧ୍ୟ ହୋଇଛି। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଫଳକ ଲଗାଯିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି।

ସଂସଦରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅଗଷ୍ଟ ୯ ସୁଦ୍ଧା, ରାଜ୍ୟ ପାଇଁ ମଞ୍ଜୁର ହୋଇଥିବା ୬୦ ହଜାର ୯୮୩ କିଲୋମିଟର ରାସ୍ତାରୁ ୪୭ ହଜାର ୫୨୦ କିଲୋମିଟର ରାସ୍ତା ନିର୍ମାଣ ସରିଛି। ୨୦୧୫ ମସିହା ପରଠାରୁ କେନ୍ଦ୍ରୀୟ ଅନୁଦାନ ୬୦ ପ୍ରତିଶତ ରହୁଥିବା ବେଳେ ୪୦ ପ୍ରତିଶତ ରାଜ୍ୟ ବହନ କରୁଛି। ଆଉ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆରମ୍ଭ ହୋଇଥିବା ଯୋଜନାକୁ ଏଥିରେ ମିଶାଇ ବାହାବା ନେବାର ସୁଯୋଗକୁ ହାତ ଛଡା କରିବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର।

(ବାରିପଦାରୁ ମାଣିକଲାଲ ପାଣି, କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ସହ ଭୁବନେଶ୍ୱରରୁ ଶାନ୍ତିଭୂଷଣ ମିଶ୍ରଙ୍କ ରିପୋର୍ଟ)

Before-completion-of-road-work-politics-starts-in-keonjhar34
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories