• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswobandita Swain

ଫୁଲବାଣୀ(ତ୍ରିନାଥ ସାହୁ):  ନଦୀ ନାଳ ଉପରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ବହୁତ ଯୋଜନା ଚାଲିଛି । ଏମିତି କି ବିଗତ ବର୍ଷ ଗୁଡିକରେ ବିଭିନ୍ନ ଯୋଜନାରେ ବହୁତ ନଦୀ ନାଳ ଉପରେ ପୋଲ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ନିର୍ମାଣଧୀନ ପୋଲ ଯଦି କୌଣସି କାରଣରୁ କ୍ଷତିଗ୍ରସ୍ତ ହେଉଛି କିମ୍ବା ଭାଙ୍ଗିଯାଉଛି ତେବେ ସେହି ପୋଲକୁ ବର୍ଷ ବର୍ଷ ଧରି ପୁନଃନିର୍ମାଣ କିମ୍ବା ମରାମତି କରାଯାଉନି। ତେଣୁ ନଦୀ ନାଳ ଭିତରେ ଲୋକମାନେ ବିପଦ ସଙ୍କୁଳ ଭାବେ ଯାତାୟାତ କରିବା ସହିତ ବର୍ଷା ଦିନେ ନଦୀରେ ବଢି ପାଣି ଆସିଲେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଉଛି। ଏହିପରି ହଇରାଣ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତର ୬ଟି ଗାଁ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟେଲାପାଲି ଗାଁ ଦେଇଯାଇଛି ଗାଟେଣୀ ନଦୀ। ଏହି ନଦୀ ଉପରେ ଟେଲାପାଲି ସମେତ ଶିଙ୍କୁଳିପଦର, ସରୁକୋଇ, ଗୁଡ୍ରିଖୋଲ, ସିମଝରୀ, ଗଞ୍ଜୁଖୋଲ ଏବଂ ବିଲାବାଡି ଆଦି ୭ ଖଣ୍ଡ ଗାଁର ପ୍ରାୟ ୭୦୦ ଲୋକ ନିର୍ଭର କରନ୍ତି।

୨୦୦୧-୦୨ ମସିହାରେ ଗାଟେଣୀ ନଦୀ ଉପରେ ପୋଲ ନିର୍ମାଣ କରାଯାଇଥିଲା। ତେବେ ୨୦୦୩ ମସିହାରେ ପ୍ରବଳ ବର୍ଷାରେ ପୋଲଟି ଭାଙ୍ଗିଯାଇଥିଲା। ଏହା ଭାଙ୍ଗି ଯିବା ପରେ ନା ଆଉ ମରାମତି କରାଗଲା ନା ନୂଆ ପୋଲ ତିଆରି କରାଗଲା। ଯାହାଫଳରେ ହଇରାଣ ହେଉଛନ୍ତି ଲୋକେ। ନଦୀ  ଅପର ପାର୍ଶ୍ୱକୁ ଯିବାକୁ ହେଲେ ପାଖାପାଖି ୧୦/୧୧ କିମି ବୁଲିକି ଯିବାକୁ ପଡ଼ୁଛି। ନହେଲେ ସେମାନେ ପାଣିରେ ପଶି ନଦୀ ପାର ହୁଅନ୍ତି। କିଛି ଜରୁରୀ କାମ ପଡ଼ିଲେ ରୋଗୀଙ୍କୁ ଖଟିଆରେ ଭାର କରି ନିଆଯାଇଥାଏ।

କିନ୍ତୁ ବର୍ଷା ଦିନେ ଏ ସବୁ ଗାଁ ଲୋକେ ଭାରି ହଇରାଣ ହୁଅନ୍ତି। ସେମାନେ  ଉଛୁଳା ପାଣିରେ  ପଶି ନଦୀ ପାର ହୁଅନ୍ତି। ପାଣି ବଢିଲେ ବାହ୍ୟଜଗତରୁ ଗାଁ ଗୁଡିକ ବିଚ୍ଛିନ୍ନ ହୋଇଯାଇଥାଏ। ବର୍ଷ ବର୍ଷ ଧରି ଏହି ୬ ଖଣ୍ଡ ଗାଁର ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ହେଲେ ଆଜି ଯାଏ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନେତା ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। ଏଠାରେ ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଗାଁ ଲୋକେ ଅନେକ ଥର ବିଡିଓ ତଥା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପୋଲଟିଏ ତିଆରି ହୋଇପାରି ନାହିଁ।

ଏ ସମ୍ପର୍କରେ ଟେଲାପାଲି ଗାଁର ବାପିନା କହଁରଙ୍କ କହିବାନୁଯାୟୀ, ବର୍ଷା ୪ ମାସ ସାଂଘାତିକ ହଇରାଣ ହେଉଛୁ। ମେଡିକାଲ କେସ୍‌ ହେଲେ  ଆମ୍ବୁଲାନ୍ସ ଗାଁକୁ ଆସିପାରୁନି। ରୋଗୀକୁ ମେଡିକାଲରେ ପହଞ୍ଚାଇବା କାଠିକର ପାଠ ହୋଇପଡ଼ୁଛି।

ସେହିପରି ଶିକୁଳିପଦର ବାସିନ୍ଦା ହରିଶଚନ୍ଦ୍ର କହଁର କହିଛନ୍ତି, ପୋଲ ପାଇଁ ୪ ବର୍ଷ ହେଲେ ଅଧିକାରୀ, ରାଜନେତାଙ୍କୁ କହି ଆସୁଛୁ। ହେଲେ କେହି ଶୁଣୁ ନାହାନ୍ତି। ଏବେ ପିଲାଙ୍କ ଦେହ ଖରାପ ହେଲେ ବହୁ ଅସୁବିଧାରେ ଖଟିଆରେ ବୋହିକି ନେଉଛୁ।

ଅନ୍ୟପକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ କହିଛନ୍ତି, ଫିରିଙ୍ଗିଆ ବିଡିଓ ଆକଳନ କରିବା ପରେ ଏହାକୁ ଯେକୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରି ପୋଲ ନିର୍ମାଣ କରାଯିବ। ବର୍ଷ ବର୍ଷ ଧରି ୬ଟି ଗାଁର ଲୋକେ ଅସୁବିଧା ଭୋଗୁଥିବା ବେଳେ ପ୍ରଶାସନ କେବେ ଏଠାରେ ପୋଲଟିଏ ନିର୍ମାଣ କରିବ  ତାହା ଦେଖିବାକୁ ବାକି ରହିଲା।

Because-of-broken-bridge-people-suffering-in-phulbani
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories