ଉଡ଼ାଜାହାଜରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ !

ମାଲକାନଗିରି: ଉଡ଼ାଜାହାଜରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଏହି ଉଡାଜାଜାରରେ ବସି ପାଠ ପଢୁଛନ୍ତି। ତେବେ ଏହି ଏରୋପ୍ଲେନ୍ ସତସତିକା ଏରୋପ୍ଲେନ ନୁହେଁ। ବିଦ୍ୟାଳୟର ଶ୍ରେଣୀଗୃହକୁ ଏରୋପ୍ଲେନ ସଦୃଶ ପ୍ରସ୍ତୁତ କରାଯାଇଛି।

ଶ୍ରେଣୀଗୃହ ହେଉଛି ଚାଲାଣଗୁଡ଼ା କସ୍ତୁରବାଗାନ୍ଧି ବିଦ୍ୟାଳୟ। ଛାତ୍ରଛାତ୍ରୀ ଏରୋପ୍ଲେନ ଦେଖିନଥିବାରୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏଭଳି କ୍ଲାସରୁମ ତିଆରି କରିଛନ୍ତି। ପିଲାଙ୍କ ମଧ୍ୟରେ ପାଠ ପଢିବାକୁ ଆଗ୍ରହ ସୃଷ୍ଟି କରିବାକୁ ସ୍କୁଲ ତରଫରୁ ଏଭଳି ଶ୍ରେଣୀଗୃହ ପ୍ରସ୍ତୁତ କରାଯାଇଛି।  ପୂର୍ବରୁ ଜିଲ୍ଲାର ବୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହକୁ ରେଳଡବା ସଦୃଶ ପ୍ରସ୍ତୁତ କରି ଚର୍ଚ୍ଚାରେ ଆସିଥିଲା ଶିକ୍ଷା ବିଭାଗ।

ମାଲକାନଗିରିର ଆଦିବାସୀ ଛାତ୍ରୀ ଅନୁପ୍ରିୟା ଲାକ୍ରା ଜିଲ୍ଲାର ପ୍ରଥମ ମହିଳା ପାଇଲଟ ଭାବେ ଯୋଗଦେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିମାନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଛାତ୍ରଛାତ୍ରୀ।

You might also like