କଲେଜ କ୍ୟାମ୍ପସରେ ଭାଲୁ

ନୂଆପଡା: କଲେଜ କ୍ୟାମ୍ପସରେ ଭାଲୁ। ଗତକାଲି ନୂଆପଡ଼ା ସଦର ମହକୁମା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରକୁ ଏକ ଭାଲୁ ଚାଲି ଆସିଥିଲା। ଏହା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ

ଭାଲୁଟି କଲେଜ କ୍ୟାମ୍ପସ ଭିତରେ ପ୍ରାୟ ୭ ଘଣ୍ଟା ଧରି ଏଣେ ତେଣେ ବୁଲିଥିଲା। ଖବର ପାଇ ନୂଆପଡା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ତଡ଼ିଥିଲେ। ତେବେ ଭାଲୁଟି କାହାରି କିଛି କ୍ଷୟକ୍ଷତି କରି ନାହିଁ।

ବନ ବିଭାଗର କହିବା ଅନୁସାରେ, ଭାଲୁଟି ନିକଟସ୍ଥ ଲୋଡ୍ରା ସଂରକ୍ଷିତ ଜଙ୍ଗଲରୁ ଚାଲି ଆସି ଥିଲା।

ସୂଚନାଥାଉ କି, କିଛିଦିନ ତଳେ ନୂଆପଡା ନ୍ୟାସନାଲ କଲେଜ କ୍ୟାମ୍ପସ ଓ ଖରିଆର ରୋଡ ମୁଖ୍ୟ ରାସ୍ତାରେ ଭାଲୁ ବୁଲୁ ଥିବା ଦେଖିବାକୁ ମିଳିଥିଲା।

You might also like