• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବରଙ୍ଗପୁର(ନବଘନ ବିଷୋୟୀ) : ରାସ୍ତା କଡ଼ରେ ନିର୍ଭୟରେ ବୁଲୁଛନ୍ତି ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ନିକଟରେ ପୁଣି ଭାଲୁ ବୁଲୁଥିବାର ସୂଚନା ମିଳିଛି l ରାସ୍ତା କଡ଼େ କଡ଼େ ୪ ଟି ଭାଲୁ ବୁଲୁ ଥିବାର ଦେଖିବାକୁ ମିଳିଛି l ତେବେ ଜନବସତି ନିକଟରେ ଭାଲୁ ଦେଖି ଆତଙ୍କିତ ଅବସ୍ଥାରେ ଲୋକେ। ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ବନବିଭାଗ କର୍ମଚାରୀ ସେଠାରେ ପହଂଚି ନଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l

ପୂର୍ବରୁ ମଧ୍ୟ ସିନ୍ଧିଗୁଡ଼ା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଚାରୋଟି ଭାଲୁ ଏକା ସାଙ୍ଗରେ ନଜର ଆସିଥିଲେ । ତେବେ ପୁଣି କିଛି ଦିନ ପରେ ଭାଲୁକୁ ସହରର ଅତି ନିକଟରେ ଦେଖି ଡରରେ ଜୀବନ ବିତାଉଛନ୍ତି ଲୋକେ। ଲୋକ ଭୟଭୀତ ହେବା ସହ ଭାଲୁ ମାନଙ୍କ ସୁରକ୍ଷା ମଧ୍ୟ ଚିନ୍ତାର ବିଷୟ ପାଲଟିଛି l ତେବେ ଭାଲୁ ଗୁଡ଼ିକ ଜନତିବସତିର ଅତି ନିକଟରେ ଚଳପ୍ରଚଳ ହେଉଥିଲେ ମଧ୍ୟ କାହାର କୌଣସି କ୍ଷତି କରିନାହାନ୍ତି।

ପ୍ରତି ଦିନ ଜିଲ୍ଲାରେ କ୍ରମାଗତ ଭାବେ ଜଙ୍ଗଲ କ୍ଷୟ ହେବାକୁ ଲାଗିଛି ଏବଂ ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁଁ  ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଗୋଟିଏ ଜଙ୍ଗଲରୁ ଅନ୍ୟଜଙ୍ଗଲକୁ ଯିବାଆସିବା କରିବା ସହ ସହର ଓ ଗାଁ ମୁହାଁ ହେଉଛନ୍ତି। ଏହି ଚାରୋଟି ଭାଲୁ ବାରମ୍ବାର ନାନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ ଦେଖାଯାଉ ଥିବାବେଳେ କାହାର କିଛି କ୍ଷତି କରିନାହାନ୍ତି । ତଥାପି ଭାଲୁ ଚାରୋଟିକୁ ସୁରକ୍ଷିତ ସ୍ଥାନକୁ ବନବିଭାଗ ସ୍ଥାନାନ୍ତରିତ କରିବାକୁ ଲୋକେ ଦାବି କରୁଛନ୍ତି।

 

Bear-feer-in-nabarangpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories