କୂଅରେ ଖସି ପଡ଼ିଲା ଭାଲୁ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ବେଢାସାହି ଗାଁରେ ଆଜି ସକାଳେ ଏକ କୂଅ ଭିତରେ ଭାଲୁଟିଏ ପଡ଼ି ଯାଇଥିଲା।

ଭାଲୁଟି କୂଅରେ ପଡ଼ିବା ନେଇ ଖବର ପାଇବା ପରେ ନୀଳଗିରି ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲେ। ତା’ପରେ ଭାଲୁଟିକୁ କୁଲଡ଼ିହା ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଅନ୍ୟପଟେ, ଭାଲୁଟିକୁ ଦେଖିବାପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।

ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ ଭିତରକୁ ଚାଲି ଆସିଥିଲା ବୋଲି କୁହାଯାଉଛି।

ଗତ ୧୯ ତାରିଖରେ ଏହି ଗାଁ ନିକଟ ଘାଗରା ନଈ କୂଳରେ ଦୁଇଟି ଭାଲୁର ମୃତଦେହ ଉଦ୍ଧାର କରାଯାଇଥିଲା।

You might also like