• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କୋରାପୁଟ: ସୋସିଆଲ୍‌ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି କି ? ତା’ହେଲେ ସାବଧାନ ରୁହନ୍ତୁ, ନହେଲେ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି। କାରଣ ଏବେ ହ୍ୟାକର୍ସଙ୍କ ଟାର୍ଗେଟ୍‌ରେ ଫେସବୁକ୍ ବ୍ୟବହାରକାରୀ। ହ୍ୟାକର୍ସମାନେ ଫେସ୍‌ବୁକ୍ ଆକାଉଣ୍ଟ୍‌ ହ୍ୟାକ୍‌ କରି ଟଙ୍କା ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରରେ ଏକାଧିକ ବ୍ୟକ୍ତିଙ୍କ ଫେସ୍‌ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ପୋଲିସ୍‌ରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ହ୍ୟାକର୍ସମାନେ କିଛି ବ୍ୟକ୍ତିଙ୍କ ଫେସ୍‌ବୁକ୍ ଆକାଉଣ୍ଟକୁ ହ୍ୟାକ୍‌ କରି ସେଥିରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବନ୍ଧୁମାନଙ୍କ ସହ ପ୍ରଥମେ ଚାଟ୍ କରୁଛନ୍ତି। ଏହାପରେ ଅସୁବିଧାରେ ପଡ଼ିଥିବା ଦର୍ଶାଇ ହ୍ୟାକର୍ସମାନେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ହ୍ୟାକର୍ସମାନେ ଗୁଗୁଲ ପେ’ ଓ ଫୋନ ପେ’ ଆପ୍ ଜରିଆରେ ଟଙ୍କା ପଠାଇବା ପାଇଁ କହୁଥିବା ଘଟଣା ସାମ୍ନାକୁ ଆସିଛି।

କେତେକ କ୍ଷେତ୍ରରେ ହ୍ୟାକର୍ସମାନେ ବ୍ୟାଙ୍କ ଆକାଉଣ୍ଟ ଦେଇ ସେଥିରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ମଧ୍ୟ କହୁଛନ୍ତି। କିଛି ଲୋକ ସେମାନଙ୍କ ମାୟା ଜାଲରେ ଫସିବା ପରେ ଲୁଟ୍‌ର ଶିକାର ହେଉଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏକାଧିକ ଲୋକଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଏବେ ହ୍ୟାକ୍ ହେବା ପରେ ଏନେଇ ଜୟପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ତେବେ ସମସ୍ତ ମାମଲା ସାଇବର ସେଲ୍‌କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Be-careful-now-hackers-are-targeting-facebook-users-for-money
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories