ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ଭୋଗିବେ ଜେଲ୍‌ ଦଣ୍ଡ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଳିତ ଏପିଡେମିକ୍ ଡିଜିଜ୍ ଆକ୍ଟ -୧୮୯୭ର ସଂଶୋଧନ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ ପୂର୍ବରୁ ପ୍ରଚଳିତ ଆଇନରେ ଦଣ୍ଡବିଧାନ କୋହଳ ଥିବାରୁ ସଂଶୋଧିତ ଆଇନରେ ଉଲ୍ଲଂଘନକାରୀଙ୍କୁ ସର୍ବନିମ୍ନ ୧୦ ହଜାର ଜରିମାନା ଏବଂ ୨ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି।

ଏହି ଆକ୍ଟ ଅନୁଯାୟୀ ଅପରାଧକୁ ଗୁରୁତର ଅପରାଧ ଭାବେ ବିବେଚନା କରାଯିବ ଏବଂ ଏହା ଜାମିନଯୋଗ୍ୟ। ସେକ୍ସନ ୩ ଅନୁସାରେ ଅପରାଧୀ କେବଳ ଜରିମାନା ଦେଇ ମଧ୍ୟ ଜେଲଦଣ୍ଡ କୋହଳ କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ସେହିଭଳି କରୋନା ମୁକାବିଲା ପାଇଁ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ହସ୍ପିଟାଲ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟରେ ୬ ହଜାର ଶଯ୍ୟାର କରୋନା ହସ୍ପିଟାଲ ପାଇଁ ଲକ୍ଷ୍ୟ ଥିବା ବେଳେ ଏପର୍ଯ୍ୟନ୍ତ ୮ଟି ହସ୍ପିଟାଲରେ ୧୫ ଶହରୁ ଅଧିକ ଶଯ୍ୟା ପ୍ରସ୍ତୁତ ହୋଇଛି। ସେପଟେ ରାଜ୍ୟର ଆକସ୍ମିକ ପାଣ୍ଠି ୨ ହଜାର କୋଟିକୁ ବୃଦ୍ଧି କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

You might also like