ଅନଲାଇନ୍ ଟ୍ରାଞ୍ଜାକସନ ବେଳେ ସତର୍କ ରୁହ: ସିପି

ଭୁବନେଶ୍ୱର: ସାଇବର ଠକ ଜମତରା ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ କହିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କେହି ଟେଲିଫୋନ କରି ବ୍ୟାଙ୍କ ସଂପର୍କିତ ତଥ୍ୟ ମାଗିଲେ ନଦେବାକୁ କହିଛନ୍ତି ସିପି। ସେହିଭଳି ଅନଲାଇନ ଟ୍ରାଞ୍ଜାକସନ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଯଦି ଅନଲାଇନ କାରବାର କରୁଛନ୍ତି, ବ୍ୟାଙ୍କର ଅଥରାଇଜ ସାଇଟ୍ ଖୋଲିବାକୁ ଅନୁରୋଧ କରିଛନ୍ତି। କମିଶନର କହିଛନ୍ତି ଏହା ଏକ ନୂଆ ପ୍ରକାର ଡକାୟତି। ତେଣୁ ସମସ୍ତେ ସତର୍କ ରହିବାକୁ କହିଛନ୍ତି। ପୂର୍ବରୁ ସାଇବର ଅପରାଧର ପାଠଶାଳା ପାଲଟିଥିବା ଜମ୍‌ତରା ଶାଖା ରାଜଧାନୀରେ କାର୍ଯ୍ୟ କରୁଥିବା ନେଇ ଏକ ଭିଡିଓ ଜାରି କରି ସତର୍କ କରାଇଥିଲା କମିଶନରେଟ୍ ପୋଲିସ।

ଏହି ଗ୍ୟାଙ୍ଗରେ ବେକାର ଇଞ୍ଜିନିଅରିଂ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉଛି। ଆଗକୁ ରାଜ୍ୟର ବିିଭିନ୍ନ ଅଞ୍ଚଳରେ ଜାଲ ବିଛାଇ ଠକ ଲୁଟିବାକୁ ଯୋଜନା ରଖିଥିବା ଜଣାପଡିଛି। ଏହି ଗ୍ୟାଙ୍ଗଠୁ ସତର୍କ ରହିବାକୁ ନିବେଦନ କରିଛି ପୋଲିସ ଏବଂ ଏଭଳି ଢଙ୍ଗରେ ଆସୁଥିବା ଫୋନ୍ କଲଠାରୁ ଦୂରରେ ରହିବା ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛି।

You might also like