• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଉମରକୋଟ: ବିଡିଓ ହୋଇ ମଧ୍ୟ ଶ୍ରମିକଙ୍କ ପରି କାମ କରିଲେ। ଏପରିକି ହାତରେ କୋଦାଳ ଧରି ବାଲି-ସିମେଣ୍ଟ ମିଶାଇବା ସହ ମେଟାଲ ପଥର ବୋହୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ।

ସୁଚନା ଅନୁସାରେ, ଜମାଦାରପଡା ପଞ୍ଚାୟତ ପିପଲପଡା ଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମକର ସୋରୀ  ୨୦୧୯/୨୦ ବର୍ଷରେ ଘର ଖଣ୍ଡିଏ ପାଇଥିଲେ। ସେ ଘରର ମୂଳଦୁଆ ଠାରୁ ଛାତ ଉଠିବା ପର୍ଯ୍ୟନ୍ତ କାମ କରି ଛାଡ଼ି ଦେଇଥିଲେ। ଏହାପରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଵ୍ଲକ୍‌ ଏବଂ ପଞ୍ଚାୟତ ପକ୍ଷରୁ ତାଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ମିସ୍ତ୍ରୀ ଓ ମଜୁରିଆ ନ ମିଳିବା ବାହାନାରେ ସେ ଏହାକୁ ଏଡ଼ାଇ ଦେଉଥିଲେ। ଶେଷରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବିଡିଓ ଧର୍ମରାଜ ମାଝୀ, ପିଇଓ ଲଛମନ ନିଆଲ ଓ ଯୋଗାଣ ସହାୟକଙ୍କ ସହ ନିଜେ(ଧର୍ମରାଜ ମାଝୀ) ଶ୍ରମିକଙ୍କ ପରି କାମ କରିଥିଲେ। ଏହାସହ ଅଧପନ୍ତରିଆ ଭାବେ ପଡ଼ି ରହିଥିବା ଘରକୁ ସମ୍ପୂର୍ଣ୍ଣ କରିବାକୁ ମକରଙ୍କୁ କହିଥିଲେ।

ଖାଲି ଏତିକି ନୁହେଁ ବିଭିନ୍ନ ଗାଁରେ ଅଧପନ୍ତରିଆ ଭାବେ ପଡ଼ି ରହିଥିବା ରାସ୍ତା କାମ ନିଜେ ବିଡିଓ ଶ୍ରମିକଙ୍କ ପରି କାମ କରି ସମ୍ପୂର୍ଣ୍ଣ କରିଥିଲେ।

ଅନ୍ୟପକ୍ଷରେ ନୂଆ କରି ବିଡିଓ ଭାବେ ଯୋଗ ଦେଇଥିବା ଧର୍ମରାଜ ମାଝୀ ବିଭିନ୍ନ ଗାଁକୁ ଯାଇ ସରକାରୀ ଯୋଜନାର ଏପରି ତଦାରଖ କରୁଥିବାରୁ ଲୋକେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି।

Bdo-help-to-complete-house
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories