ପିଠା କାର୍ଯ୍ୟକ୍ରମ ବେଳେ ବିଡିଓ ଅଟକ

ବାଲେଶ୍ୱର  : ପିଠା କାର୍ଯ୍ୟକ୍ରମ ବେଳେ ବିଡିଓ ଅଟକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ନାଚିନ୍ଦା ପଞ୍ଚାୟତରେ ଏହି ଘଟଣା ଘଟିଛି। ପଞ୍ଚାୟତର କିଛି  ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଡିଓ ଦିପ୍ତୀରଞ୍ଜନ ସେଠୀଙ୍କୁ ଅଟକ ରଖିଥିଲେ।

କାର୍ଯ୍ୟକ୍ରମ ବେଳେ ପୁରୁଣା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦିଆଯାଉଥିବା ଅଭିଯୋଗ କରି ବିଡିଓଙ୍କୁ ଅଟକ ରଖିଥିଲେ। ଖବର ପାଇ ପୁଲିସ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ବୁଝାସୁଝା କରି ବିଡିଓଙ୍କୁ ଉଦ୍ଧାର କରିଛନ୍ତି।

You might also like