ଦୁଇ ଦିନ ପାଇଁ ବନ୍ଦ ହେଲା BDA ଅଫିସ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ ନିଗମ ବା ବିଡିଏ ଅଫିସ ସିଲ୍ କରାଯାଇନାହିଁ । କିଛି ଗଣମାଧ୍ୟମରେ ବିଡିଏ ଅଫିସ୍‌ ସିଲ୍‌ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହାକୁ ଖଣ୍ଡନ କରିଛନ୍ତି ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ ।

ତେବେ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଅଫିସ ବନ୍ଦ କରାଯାଇଛି ବୋଲି ବିଏମ୍‌ସି କମିଶନର୍ ସ୍ପଷ୍ଟ କରିଛନ୍ତି।  ସେ କହିଛନ୍ତି, ଏହି ଦିନମାନଙ୍କରେ କର୍ମଚାରୀମାନେ ଓ୍ୱାର୍କ ଫର୍ମ ହୋମ୍ କରୁଛନ୍ତି। ୫ ଦିନ ଆଗରୁ ବିଡିଏର ଇଞ୍ଜିନିୟରିଂ ବିଭାଗର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ବିଭାଗର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସୂଚନାଥାଉ କି, ଗତକାଲି ପ୍ଲାନିଂ ଡିପାର୍ଟମେଣ୍ଟର ଜଣେ ସିକ୍ୟୁରିଟି ଗାର୍ଡଙ୍କର ରିପୋର୍ଟ ପଜିଟିଭ ଆସିଥିଲା।  ସଂକ୍ରମଣ ରୋକିବା ପାଇଁ ଅଫିସକୁ ୪୮ ଘଣ୍ଚା ପାଇଁ ବନ୍ଦ କରାଯାଇଛି । ଶୁକ୍ରବାରରୁ ଇଞ୍ଜିନିୟରିଂ ଏବଂ ପ୍ଲାନିଂ ବିଭାଗର କର୍ମଚାରୀଙ୍କୁ ବାଦ୍ ଦେଇ ଅନ୍ୟ ବିଭାଗର କର୍ମଚାରୀମାନେ ଅଫିସରେ କାମ କରିବେ । ଏହି ୪୮ ଘଣ୍ଟା ମଧ୍ୟରେ ଦୁଇ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ବେଳେ ବିଡିଏ ଅଫିସକୁ ସାନିଟାଇଜ୍ କରାଯାଉଥିବା ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

You might also like