ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍

‘ସେଲଫି ୱିଥ୍ ସିଏମ୍’, ‘ମୋ ନବୀନ ମୋ ଘରେ’ କ୍ୟାମ୍ପେନ୍ ଆରମ୍ଭ

ଭୁବନେଶ୍ୱର : ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍। ବିଜେଡି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ। ସୋଶାଲ୍ ମିଡିଆ ସାହାଯ୍ୟରେ ସରକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ।

ମୁଖ୍ୟତଃ ଆସନ୍ତା ସାଧାରଣ ନିର୍ବାଚନରେ ୫ ଲକ୍ଷ ନୂତନ ଭୋଟରଙ୍କୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କନ୍‌କ୍ଲେଭରେ ‘ସେଲଫି ୱିଥ୍ ସିଏମ୍’, ‘ମୋ ନବୀନ ମୋ ଘରେ’ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି।

ଯୁବ, ଆଦିବାସୀଙ୍କୁ ବିଜେଡି ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ଦଳ। ‘ମୋ ନବୀନ ମୋ ଘରେ’ କ୍ୟାମ୍ପେନ ପ୍ରଥମେ ମୟୂରଭଞ୍ଜ, ସୁନ୍ଦରଗଡ଼, ବଲାଙ୍ଗିର ଏବଂ କଳାହାଣ୍ଡିରେ ଚାଲିବ।

 

 

You might also like