ଭୁବନେଶ୍ୱର- କୋଣାର୍କ ରାସ୍ତା ବିଚ୍ଛିନ୍ନ

କୋଣାର୍କ : ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରକୁ କୋଣାର୍କ ଓ କାକଟପୁରକୁ ସଂଯୋଗ କରୁଥିବା ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ଏହି ରାସ୍ତାର ଗରପଦା ନିକଟରେ ଧନୁଆ ନଦୀ ଉପରେ ନିର୍ମାଣାଧୀନ ପୋଲ ପାଇଁ ଏକ ଅସ୍ଥାୟୀ ବାଇ ପାସ୍ ରାସ୍ତା ନିର୍ମାଣ କରାଯାଇଥିଲା। ପ୍ରବଳ ବର୍ଷାରେ ଧନୁଆଁ ଓ ଏହାର ଆଖପାଖ ଗାଁର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବାର ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ରାସ୍ତାକୁ କଟା ଯାଇଛି।

କେବଳ ବାଇକ୍ ଆରୋହୀଙ୍କ ପାଇଁ ଏକ ଅସ୍ଥାୟୀ ପଟା ପୋଲ ବ୍ୟବସ୍ଥା କରାଯାଇଛି। ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ରାସ୍ତାକୁ କଟା ଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଧିକାଂଶ ଗାଡ଼ି ଭୁବନେଶ୍ୱରରୁ ବାଲିପାଟଣା ଦେଇ ନିମାପଡ଼ା, କୋଣାର୍କ, କାକଟପୁରକୁ ଯାଉଛି।

(କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ)

 

 

You might also like