ପିଟିସନ୍‌ରେ ଅନୁଭବଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବର୍ଷା

କଟକ: କୋର୍ଟ ପିଟିସନରେ ସ୍ୱାମୀ ସାଂସଦ ଅନୁଭବ ନାଁ ରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ୮ ପୃଷ୍ଠା ସମ୍ବଳିତ ପିଟିସନରେ କୋର୍ଟଙ୍କୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା।

୮.୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା। ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ବହୁ ହରକତ କରିଥିଲେ। ବାହା ହେବାକୁ ରାଜି ନହେଲେ ଆତ୍ମହତ୍ୟା କରିଦେବେ ବୋଲି କହୁଥିଲେ।
ଏମିତିକି ହାତ କାଟିଦେବା, ଛୁରିରେ ଛାତି କାଟି ରକ୍ତ ବୁହାଉଥିଲେ ବୋଲି ପିଟିସନ୍‌ରେ ଉଲ୍ଲେଖ ରହିଛି।

In pics: Happy marriage anniversary Anubhav and Barsha - Pragativadi: Leading Odia Dailly

ଅନୁଭବଙ୍କର ଏଭଳି ହରକତ ଦେଖି ବର୍ଷାଙ୍କ ମା ବିବାହ ପାଇଁ ରାଜି ହୋଇଥିଲେ। ଶେଷରେ ୮.୨.୨୦୧୪ରେ ଉଭୟଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା। ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା। ବାହାଘର ପରେ ଉଭୟ ମିଶି ଏକାଧିକ ଫିଲ୍ମରେ ଅଭିନୟ କରିଥିଲେ। ତେବେ ପାରିଶ୍ରମିକ ବାବଦକୁ ବର୍ଷାଙ୍କୁ ଟଙ୍କାଟିଏ ବି ମିଳିନଥିଲା।

ଟଙ୍କାଟିଏ ବି ନଦେଇ ଅନୁଭବ ଏମିତି ଅତ୍ୟାଚାର ଆରମ୍ଭ କରିଥିଲେ। ଏହାପରେ ଅନୁଭବଙ୍କର ଅନେକ ମହିଳାଙ୍କ ସହ ସଂପର୍କ ବଢ଼ିଥିବା ବର୍ଷା କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ନାରୀଙ୍କ ସହ ତାଙ୍କର ସଂପର୍କ ଗଢ଼ିଉଠିଥିଲା। ତାଙ୍କର ବହୁନାରୀ ସଂପର୍କକୁ ଘରଲୋକ ସମର୍ଥନ କରୁଥିଲେ ବୋଲି ପିଟିସନରେ ଦର୍ଶାଇଛନ୍ତି ବର୍ଷା।

Anubhav Mohanty and Barsha Priyadarshini Close Photos - YouTube

 

ଅନୁଭବ ଜଣେ ପେସାଦାର ମଦ୍ୟପ ଥିଲେ ବୋଲି ମଧ୍ୟ ପିଟିସନରେ ଉଲ୍ଲେଖ କରିଛନ୍ତି ବର୍ଷା। ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲି ଯାଉଥିଲେ।  ଏମିତିକି ନିଜ ମଦ୍ୟପ ସାଥୀଙ୍କ ସହ ନିଜ ଘରେ ବି ମଦ ପିଅନ୍ତି। ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ସାଥୀଙ୍କ ସହ ମଦ ପିଅନ୍ତି। ମଦ ପିଇବାକୁ ବିରୋଧ କଲେ ହାତରେ ଓ ବାଡ଼ିରେ ପିଟନ୍ତି ବୋଲି ବର୍ଷା କହିଛନ୍ତି।

ତେବେ ପରିବାରର ସମ୍ମାନ ଦୃଷ୍ଟିରୁ ସେ ଚୁପ୍ ରହିଥିବା ବର୍ଷା କହିଛନ୍ତି। ପିଲାଛୁଆ ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ସର୍ବଦା ଏଡ଼ାଇ ଯାଆନ୍ତି। ରାତି ତମାମ ମଦ ପିଉଥିବାରୁ ବର୍ଷାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ଅନୁଭବ। ଏମିତିକି ଖାଇବାକୁ ଜଗି ବସିଥିବା ବର୍ଷାଙ୍କୁ ବିଳମ୍ବିତ ରାତିରେ ଫେରି ଗାଳିଗୁଲଜ କରନ୍ତି ବୋଲି କୋର୍ଟ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

OLLYWOOD REEL COUPLE VARSHA PRIYADARSHINI & ANUBHAV MOHANTY WHO TOUCHED THE HEART OF THE PEOPLE : – A. K. Nandy's

ଅଭିଯୋଗ ଫର୍ଦ୍ଦ ଏତିକିରେ ସରିନି। ବର୍ଷା ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବର୍ଷାଙ୍କ ମା ଓ ଦୁଇ ଭଉଣୀ ଅନେକ ଥର ସମାଧାନ ଉଦ୍ୟମ କରିଛନ୍ତି। ଅନେକ ଥର ଅନୁଭବ ମଦ ଛାଡ଼ିଦେବେ କହିଥିଲେ ବି ନିଷ୍ଫଳ ଯାଇଛି। ଲକ୍ ଡାଉନର ଠିକ୍ ପୂର୍ବରୁ ବର୍ଷାଙ୍କୁ ନନେଇ ଅନୁଭବ ଦିଲ୍ଲୀ ପଳାଇଥିଲେ। ଶାଶୂଘରର ସବୁ ଲୋକ ଦିଲ୍ଲୀରେ ଥିବା ବେଳେ ବର୍ଷା ଏକୁଟିଆ ଥିଲେ।Odia actor actress Anubhav and barsha | Actress photos, Actresses, Actors & actresses

କଟକରେ ଶାଶୁଘରେ ବର୍ଷା ଏକା ରହିଯାଇଥିଲେ।  ଏକୁଟିଆ ଥିଲେ ବି ଚଳିବା ପାଇଁ ଅନୁଭବ କିଛି ଦେଇନଥିଲେ ବୋଲି ପିଟିସନରେ ଉଲ୍ଲେଖ କରିଛନ୍ତି ବର୍ଷା। ମେ ୨୫ରେ ଦିଲ୍ଲୀରୁ ଫେରି ବର୍ଷାଙ୍କୁ ପ୍ରବଳ ଗାଳି ଦେଇଥିଲେ ଅନୁଭବ। ଜୁନ୍ ୭ରେ ଅତ୍ୟାଚାରର ସବୁ ସୀମା ଟପି ଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି। ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ୨ ଘଣ୍ଟା ଗାଳିଗୁଲଜ କରିଥିବା ପିଟିସନ୍‌ରେ କୁହାଯାଇଛି। ଏଥିସହିତ ଜୁନ୍ ୧୧ରେ ତାଙ୍କୁ ଛାଡ଼ପତ୍ର ପାଇଁ ବାଧ୍ୟ କରିଥିଲେ ଓ ଛାଡ଼ପତ୍ର ପାଇଁ ରାଜି ନହେଲେ ପରିଣାମ ଭୋଗିବ ବୋଲି ଧମକ ଦିଆଯାଇଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ବର୍ଷା।Anubhav Mohanty l What to expect from upcoming releases | Most beautiful indian actress, Beautiful indian actress, Release

ପିଟିସନ୍‌ରେ ବର୍ଷାଙ୍କ ଦାବି

ବିସ୍ତୃତ ପିଟିସନ ପରେ କୋର୍ଟରେ ଆବେଦନ କରିଛନ୍ତି ବର୍ଷା। ପ୍ରତିପକ୍ଷଙ୍କୁ କ୍ଷତିପୂରଣ ଓ ଭରଣପୋଷଣ ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ଅପିଲ କରିଛନ୍ତି। ରହିବାକୁ ଘରେ ଭାଗଦେବା କିମ୍ବା ଘରଭଡ଼ା ଦେବାକୁ ବର୍ଷା କୋର୍ଟରେ ଅପିଲ୍ କରିଛନ୍ତି।
ତା ସହିତ ଘରଭଡ଼ା ପାଇଁ ମାସିକ ୨୦ ହଜାର, ଚଳିବାକୁ ୫୦ ହଜାର ଦାବି କରିଛନ୍ତି। କ୍ଷତିପୂରଣ ପାଇଁ ୧୩ କୋଟି, ସ୍ୱାସ୍ଥ୍ୟ ସଂପର୍କିତ ଖର୍ଚ୍ଚ ପାଇଁ ୨ କୋଟି ଦାବି କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ।Barsha Priyadarshini: Bio, family, net worth, age, height, and more

ସୂଚନା ଥାଉକି, ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।  ଏ ନେଇ କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା। ପାରିବାରିକ ହିଂସା ନିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି।

ଆସନ୍ତା ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ମାମଲା ଦାୟର ହୋଇଥିବା ନେଇ ଜିଲ୍ଲା କୋର୍ଟଙ୍କ ଅଫିସିଆଲ ୱେବ୍‌ସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି। ତେବେ ଘଟଣାରେ ପ୍ରତିକ୍ରିୟା ରଖି ଅନୁଭବ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ ପାଖକୁ କୌଣସି ଲିଗାଲ୍‌ ନୋଟିସ୍‌ ଆସିନାହିଁ। ନୋଟିସ୍‌ ଆସିଲେ ଜଣାଇବି।

Mental Toka - Anubhav Mohanty - YouTube

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like