ବେଡ୍‌ ରୁମ୍‌ରେ ସାଙ୍ଗଙ୍କ ସହ ମଦ ପିଉଥିଲେ ଅନୁଭବ; ବିରୋଧ କରିବାରୁ ବର୍ଷାଙ୍କୁ ପିଟୁଥିଲେ !

କଟକ: କୋର୍ଟ ପିଟିସନରେ ସ୍ୱାମୀ ସାଂସଦ ଅନୁଭବ ନାଁ ରେ ସଂଗୀନ ଅଭିଯୋଗ ଆଣିଛନ୍ତି  ବର୍ଷା ପ୍ରିୟଦର୍ଶିନୀ। ୮ ପୃଷ୍ଠା ସମ୍ବଳିତ ପିଟିସନରେ କୋର୍ଟଙ୍କୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା। ପିଟିସନ୍‌ରେ ସେ କ’ଣ ଉଲ୍ଲେଖ କରିଚନ୍ତି ଓ କୋର୍ଟଙ୍କ ପାଖରେ କେଉଁ ସବୁ ଦାବି ରଖିଛନ୍ତି ଜାଣନ୍ତୁ।

କୋର୍ଟରେ କ’ଣ ଦାବି କରିଛନ୍ତି ବର୍ଷା ? ପିଟିସନ୍‌ରେ ରହିଛି ଏହିସବୁ ସଂଗୀନ ଅଭିଯୋଗ

  • ୮.୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା।
  • ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ବହୁ ହରକତ କରିଥିଲେ।
  • ବାହା ହେବାକୁ ରାଜି ନହେଲେ ଆତ୍ମହତ୍ୟା କରିଦେବେ ବୋଲି କହୁଥିଲେ ଅନୁଭବ। ଏମିତିକି ହାତ କାଟିଦେବା, ଛୁରିରେ ଛାତି କାଟି ରକ୍ତ ବୁହାଉଥିଲେ ବୋଲି ପିଟିସନ୍‌ରେ ଉଲ୍ଲେଖ
  • ଅନୁଭବଙ୍କର ଏଭଳି ହରକତ ଦେଖି ବର୍ଷାଙ୍କ ମା ବିବାହ ପାଇଁ ରାଜି ହୋଇଥିଲେ। ଶେଷରେ ୮.୨.୨୦୧୪ରେ ଉଭୟଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା।
  • ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା।
  • ବାହାଘର ପରେ ଉଭୟ ମିଶି ଏକାଧିକ ଫିଲ୍ମରେ ଅଭିନୟ କରିଥିଲେ। ତେବେ ପାରିଶ୍ରମିକ ବାବଦକୁ ବର୍ଷାଙ୍କୁ ଟଙ୍କାଟିଏ ବି ମିଳିନଥିଲା। ଟଙ୍କାଟିଏ ବି ନଦେଇ ଅନୁଭବ ଏମିତି ଅତ୍ୟାଚାର ଆରମ୍ଭ କରିଥିଲେ ଅନୁଭବ।
  • ଏହାପରେ ଅନୁଭବଙ୍କର ଅନେକ ମହିଳାଙ୍କ ସହ ସଂପର୍କ ବଢ଼ିଥିଲା। ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ନାରୀଙ୍କ ସହ ତାଙ୍କର ସଂପର୍କ ଗଢ଼ିଉଠିଥିଲା।
  • ଅନୁଭବଙ୍କର ବହୁନାରୀ ସଂପର୍କକୁ ତାଙ୍କ ଘରଲୋକ ସମର୍ଥନ କରୁଥିଲେ ବୋଲି ପିଟିସନରେ ଉଲ୍ଲେଖ
  • ଅନୁଭବ ଜଣେ ପେସାଦାର ମଦ୍ୟପ ଥିଲେ। ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲି ଯାଉଥିଲେ। ଏମିତିକି ନିଜ ମଦ୍ୟପ ସାଥୀଙ୍କ ସହ ନିଜ ଘରେ ବି ମଦ ପିଅନ୍ତି।
  • ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ସାଥୀଙ୍କ ସହ ମଦ ପିଅନ୍ତି। ମଦ ପିଇବାକୁ ବିରୋଧ କଲେ ହାତରେ ଓ ବାଡ଼ିରେ ପିଟନ୍ତି ବୋଲି ବର୍ଷା କହିଛନ୍ତି। ତେବେ ପରିବାରର ସମ୍ମାନ ଦୃଷ୍ଟିରୁ ବର୍ଷା ଚୁପ୍ ରହିଥିବା ପିଟିସନ୍‌ରେ ଉଲ୍ଲେଖ।
  • ପିଲାଛୁଆ ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ସର୍ବଦା ଏଡ଼ାଇ ଯାଆନ୍ତି। ରାତି ତମାମ ମଦ ପିଉଥିବାରୁ ବର୍ଷାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ଅନୁଭବ।
  • ଖାଇବାକୁ ଜଗି ବସିଥିବା ବର୍ଷାଙ୍କୁ ବିଳମ୍ବିତ ରାତିରେ ଫେରି ଗାଳିଗୁଲଜ କରନ୍ତି ବୋଲି କୋର୍ଟ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ବର୍ଷା
  • ବର୍ଷାଙ୍କ ମା ଓ ଦୁଇ ଭଉଣୀ ଅନେକ ଥର ସମସ୍ୟାର ସମାଧାନ ଉଦ୍ୟମ କରିଛନ୍ତି। ଅନେକ ଥର ଅନୁଭବ ମଦ ଛାଡ଼ିଦେବେ କହିଥିଲେ ବି ନିଷ୍ଫଳ ଯାଇଛି।
  • ଲକ୍ ଡାଉନର ଠିକ୍ ପୂର୍ବରୁ ବର୍ଷାଙ୍କୁ ନନେଇ ଅନୁଭବ ଦିଲ୍ଲୀ ପଳାଇଥିଲେ। ଶାଶୂଘରର ସବୁ ଲୋକ ଦିଲ୍ଲୀରେ ଥିବା ବେଳେ ବର୍ଷା ଏକୁଟିଆ ଥିଲେ।
  • କଟକରେ ଶାଶୂଘରେ ବର୍ଷା ଏକା ରହିଯାଇଥିଲେ। ଏକୁଟିଆ ଥିଲେ ବି ଚଳିବା ପାଇଁ ଅନୁଭବ କିଛି ଦେଇନଥିଲେ ବୋଲି ପିଟିସନରେ ଉଲ୍ଲେଖ।
  • ମେ ୨୫ରେ ଦିଲ୍ଲୀରୁ ଫେରି ବର୍ଷାଙ୍କୁ ପ୍ରବଳ ଗାଳି ଦେଇଥିଲେ ଅନୁଭବ। ଜୁନ୍ ୭ରେ ଅତ୍ୟାଚାରର ସବୁ ସୀମା ଟପି ଯାଇଥିଲା। ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ୨ ଘଣ୍ଟା ଗାଳିଗୁଲଜ କରିଥିବା ପିଟିସନ୍‌ରେ କୁହାଯାଇଛି।
  • ଜୁନ୍ ୧୧ରେ ତାଙ୍କୁ ଛାଡ଼ପତ୍ର ପାଇଁ ବାଧ୍ୟ କରିଥିଲେ ଓ ଛାଡ଼ପତ୍ର ପାଇଁ ରାଜି ନହେଲେ ପରିଣାମ ଭୋଗିବ ବୋଲି ଧମକ ଦିଆଯାଇଥିବା କୋର୍ଟଙ୍କୁ ଦର୍ଶାଇଛନ୍ତି ବର୍ଷା।

କୋର୍ଟରେ କ’ଣ ଦାବି କରିଛନ୍ତି ବର୍ଷା ?

  • ବିସ୍ତୃତ ପିଟିସନ ପରେ କୋର୍ଟରେ ଆବେଦନ କରିଛନ୍ତି ବର୍ଷା।
  • ପ୍ରତିପକ୍ଷଙ୍କୁ କ୍ଷତିପୂରଣ ଓ ଭରଣପୋଷଣ ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ଅପିଲ କରିଛନ୍ତି।
  • ରହିବାକୁ ଘରେ ଭାଗଦେବା କିମ୍ବା ଘରଭଡ଼ା ଦେବାକୁ ବର୍ଷା କୋର୍ଟରେ ଅପିଲ୍ କରିଛନ୍ତି।
  • ସହିତ ଘରଭଡ଼ା ବାବଦକୁ ମାସିକ ୨୦ ହଜାର, ଚଳିବାକୁ ୫୦ ହଜାର ଦାବି।
  • କ୍ଷତିପୂରଣ ପାଇଁ ୧୩ କୋଟି, ସ୍ୱାସ୍ଥ୍ୟ ସଂପର୍କିତ ଖର୍ଚ୍ଚ ପାଇଁ ୨ କୋଟି ଦାବି। 

ସୂଚନା ଥାଉକି, ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।  ଏ ନେଇ କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା। ପାରିବାରିକ ହିଂସା ନିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି। ଆସନ୍ତା ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

You might also like