• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ(ମଧୁସୁଦନ ମିଶ୍ର,ପ୍ରଦୀପ ମହାନ୍ତି) : ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍। ମହାପ୍ରଭୁଙ୍କ ଦର୍ଶନରେ ଧାଡ଼ି ବ୍ୟବସ୍ଥା କୋହଳ ହୋଇଛି। ଜଗନ୍ନାଥ ବଲ୍ଲଭରୁ ମରିଚିକୋଟ ଯାଏ ବ୍ୟାରିକେଡ ହଟାଯାଇଛି । ଏହାଦ୍ୱାରା ଶ୍ରୀମନ୍ଦିରକୁ ଯିବା ପାଇଁ ଆଉ ଶ୍ରଦ୍ଧାଳୁଙ୍କୁ  ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଏହି ବ୍ୟାରିକେଡ୍ ହଟାଯାଇଛି । ବ୍ୟାରିକେଡ୍‌ ଖୋଲିବା ପରେ କେବଳ ଦର୍ଶନ ବ୍ୟବସ୍ଥା ସହଜ ହୋଇଛି , ତାହା ନୁହେଁ ବରଂ ଏଇ ବାଟ ଦେଇ ଯିବାଆସିବା କରୁଥିବା  ପୁରୀବାସୀ ମଧ୍ୟ ହଇରାଣ ହେବାରୁ ରକ୍ଷା ପାଇଛନ୍ତି ।

ଆଗରୁ ଜଗନ୍ନାଥ ବଲ୍ଲଭଠାରୁ ମରିଚିକୋଟ ଯାଏ ପ୍ରାୟ ୧ କିଲୋମିଟର ଯାଏଁ ବ୍ୟାରିକେଡ ଲଗାଯାଇଥିଲା । ଏହାଦ୍ୱାରା ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ବୟସ୍କ ଓ ଛୋଟ ଛୁଆମାନଙ୍କୁ ଅଧିକ ବାଟ ଚାଲିବାକୁ ପଡୁଥିଲା । ସହଜ ଦର୍ଶନରେ ଏହି ବ୍ୟାରିକେଡ୍ ସମସ୍ୟା ମଧ୍ୟ ସୃଷ୍ଟି କରୁଥିଲା । ଜାନୁଆରୀ ୨୧ ଠାରୁ ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ବଡ଼ ଠାକୁରଙ୍କୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟୁଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଥିଲା । ତେବେ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି।  ତେବେ ମାତ୍ରାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବାରିକେଡ କରାଯାଇଥିଲା। ତେଣୁ ଏହାକୁ ଆଜିଠାରୁ ହଟାଇ ଦିଆଯାଇଛି ।

ଅନ୍ୟପଟେ ପୂର୍ବ ନିଷ୍ପତ୍ତି ମୁତାବକ ଗତକାଲି ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍‌ କରାଯାଇଛି । ଶ୍ରୀମନ୍ଦିରର ବାଇସି ପାହାଚ, ଶ୍ରଦ୍ଧାଳୁଙ୍କ ଯା‘‌ଆସ କରିବା ରାସ୍ତା, ଦ୍ୱାର ଏବଂ ମନ୍ଦିର ବେଢ଼ାକୁ ସାନିଟାଇଜ୍ କରାଯାଇଛି। ଶ୍ରୀମନ୍ଦିର ଚାରିପଟେ ବି ବିଶୋଧନ କରାଯାଇଛି । ଅଗ୍ନିଶମ, ପୌର କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ଏହି ବିଶୋଧନ କରାଯାଇଛି।  ଗତକାଲି ସାଇଟାଇଜେସନ ପାଇଁ ଶ୍ରୀମନ୍ଦିର ବନ୍ଦ ଥିଲାବେଳେ ଆଜିଠାରୁ ପୁଣି ସ୍ୱାଭାବିକ ଭାବେ ଦର୍ଶନ ଚାଲିଛି ।

Barricade-removed-from-puri-badadanda
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories