ବନବାସ ଜୀବନ କାଟୁଛନ୍ତି ପ୍ରବାସୀ

ବିନିକା: ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନ ଥିବାରୁ ଜଙ୍ଗଲରେ ରହୁଛନ୍ତି ବେଙ୍ଗାଲୁରୁରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ ଝାର କଦଳୀପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।

କଦଳୀପାଲି ଗାଁର ଜୀବର୍ଦ୍ଧନ ବରିହା (୨୬) ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ କରୋନା ଯୋଗୁ କାମ ନ ମିଳିବାରୁ ସେ ଗାଁକୁ ଫେରି ଆସିଥିଲେ। ଏହାପରେ ସେ ନିୟମ ଅନୁଯାୟୀ ମେ’ ୨୫ ତାରିଖରୁ ୭ ଦିନ ପାଇଁ ବିନିକା ବ୍ଲକ୍‌ ସିଂଘିଯୁବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏହା ପରେ ଜୁନ୍‌ ୧ ତାରିଖରୁ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ଗାଁକୁ ଆସିଥିଲେ। ହେଲେ ଲୋକେ ତାଙ୍କୁ ଗାଁ ଭିତରକୁ ପୂରାଇ ଦେଇ ନଥିଲେ।

ଅନ୍ୟ କୌଣସି ଉପାୟ ନ ପାଇ ଜୀବର୍ଦ୍ଧନ ଗାଁ ପାଖ ଜଙ୍ଗଲରେ ୬ ଦିନ ହେଲା ଏକ ଭଙ୍ଗା ଦଦରା କୁଡ଼ିଆ ଘରେ ଏକା ରହୁଛନ୍ତି।

You might also like