ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍ଡାଉନ୍
ବାରିପଦା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୭ ଦିନ ଯାଏ ବାରିପଦା ସହରକୁ ସଟ୍ଡାଉନ୍ ନେଇ ନିଷ୍ପତ୍ତି ନିଆଯାଇଛି। ବାରିପଦାର ଯୁବ ସଂଗଠନ, ବ୍ୟବସାୟ ସଂଘ, ବଣିକ ସଂଘ, ଓକିଲ ସଂଘ ପରି ଅନେକ ସଂଗଠନ ଏହି ସଟ୍ଡାଉନ୍ ସପକ୍ଷରେ ଯୁକ୍ତି ବାଢିଛନ୍ତି।
ଆଜିଠାରୁ ଆସନ୍ତା ୩ ତାରିଖ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁମତି ଦେବାକୁ ସଂଗଠନ ଗୁଡ଼ିକ ପ୍ରଶାସନକୁ ନିବେଦନ କରିଥିଲେ। ସଟ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସଂଗଠନ କହିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୬୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ୬,୨୧୦ ଜଣ ସୁସ୍ଥ ହୋଇଥିବାବେଳେ ୧,୪୨୧ଜଣ ଚିକିତ୍ସାଧୀନ ଅଛନ୍ତି। ୨୧ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୩ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛି। ହେଲେ ଏମାନଙ୍କ ମୃତ୍ୟୁର କାରଣ ବୋଲି ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି।