ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି। ସକାଳ ପାହିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ରୀତିନୀତି ଓ ପରମ୍ପରା ଅନୁଯାଇ ଆସନ୍ତାକାଲି ସକାଳ ୫ ରୁ ୬ ମଧ୍ୟରେ ଚୋକାଛଡ଼ା ନୀତି ଅନୁଷ୍ଠିତ ହେବ।

ଏହା ପରେ ଗୋଟି ପହଣ୍ଡି କରି ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରିବେ। ତେବେ ଆସନ୍ତାକାଲି ବାରିପଦାରେ ମଧ୍ୟ କରୋନା ଲକ୍‌ଡାଉନ୍ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ କରାଯିବ। ସକାଳୁ ସଂନ୍ଧ୍ୟା ନୀତି ଶେଷ ହେବାଯାଏଁ ମନ୍ଦିର ଚର୍ତୁପାଶ୍ୱରେ ୧୪୪ ଧାରା ଜାରି କରାଯିବା ସହ ଭକ୍ତ ସମାଗମକୁ ବନ୍ଦ କରାଯିବ। ଏହାସହ ବାରିପଦା ବଡ଼ଦାଣ୍ଡକୁ ଲାଗିଥିବା ସମସ୍ତ ରାସ୍ତାକୁ ସିଲ୍ କରାଯିବ।

You might also like