ମକର ବୁଡ଼ ପାଇଁ ଯାଇଥିଲେ, ଗଣଦୁଷ୍କର୍ମର ଶିକାର ହେଲେ

ମକର ବୁଡ଼ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।

ବାରିପଦା:(ମାଣିକ ପାଣି) ମକର ବୁଡ଼ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘଟଣାଟି ମୟୂରଭଞ୍ଜ ବାରିପଦାରେ ଘଟିଛି। ତେବେ ଘଟଣା ସମ୍ପର୍କରେ ଟାଉନ ଥାନାରେ ଏତଲା ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ମଧ୍ୟ ସୂଚନା ରହିଛି। ତେବେ ଆଜି ମକର ବୁଡ ପକାଇବାକୁ ଭୋର ସମୟରୁ ଘରୁ ବାହାରିଥିଲେ ଗଣଦୁଷ୍କର୍ମର ଶିକାର ହୋଇଥିବା ସମ୍ପୃକ୍ତ ଯୁବତୀ।

ଏକୁଟିଆ ଯିବା ସମୟରେ ହିଁ ସେହି ସାହିର ୨ ଯୁବକ ଉଠାଇ ନେଇଥିବା ନେଇ ଏପରି ଜଘନ୍ୟକାଣ୍ଡ ଘଟାଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି। ତେବେ ରାଜ୍ୟରେ କ୍ରମାଗତ ଭାବରେ ବଢ଼ିଚାଲିଛି ଗଣଦୁଷ୍କର୍ମ ମାମଲା।

You might also like