ସରିଗଲା ଡେଡ୍‌ଲାଇନ! ଜିଲ୍ଲାପାଳଙ୍କ ଅପିସରେ ଧସେଇ ପଶିଲେ ଉତ୍ତ୍ୟକ୍ତ ମହିଳା

ବାରିପଦା: ବାରିପଦାରେ ଶିଶୁ  ବଦଳ ଘଟଣାର ସମାଧାନ ଦାବି ନେଇ ତାତିଲେ ମହିଳା। ଉତ୍ତ୍ୟକ୍ତ ମହିଳାମାନେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ଅଫିସ ଭିତରକୁ ଧସେଇ ପଶିଥିଲେ। ଉପ ଜିଲ୍ଲାପାଳଙ୍କୁ ଠେଲାପେଲା କରିବା ସହ ଜିଲ୍ଲାପାଳ ଅଫିସ କବାଟର କାଚ ମଧ୍ୟ ଭାଙ୍ଗିଦେଇଥିଲେ।

ବାରିପଦା ପିଆରଏମ ମେଡିକାଲ କଲେଜରେ ଗତ ୨୬ ତାରିଖରେ ଜାମବଣି ଗାଁର ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।  ତେବେ ୫ ତାରିଖରେ ଡିସଚାର୍ଜ ହେବାବେଳକୁ ସମାନ ନାମ ଥିବା ଅନ୍ୟ ଜଣେ ପ୍ରସୂତୀଙ୍କ ସହ ଶିଶୁ ଅଦଳ ବଦଳ ହୋଇଯାଇଥିବା ସେ ଅଭିଯୋଗ କରିଥିଲେ।

ଡିଏନଏ ଟେଷ୍ଟ କରି ପ୍ରକୃତ  ପିତାମାତାଙ୍କୁ ତାଙ୍କ ଛୁଆ ହସ୍ତାନ୍ତର କରାଯିବ ବୋଲି ପରଦିନ ମେଡିକାଲ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। ହେଲେ ଏତେଦିନ ବିତିଯାଇଥିଲେ ମଧ୍ୟ ସମାଧାନ ନହେବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଆଜି ଏଭଳି କାଣ୍ଡ ଘଟାଇଥିଲେ। ତେବେ ପରେ ପୋଲିସ ଆସି ଶତାଧିକ ମହିଳାଙ୍କୁ ସେଠାରୁ ଉଠେଇ ନେଇଥିଲା।

ଏନେଇ ଜଣେ ମହିଳା କହିଛନ୍ତି ଯେ ”ପିଲାଙ୍କୁ ମେଡିକାଲରେ ନେଇଗଲେ, ଏପର୍ଯ୍ୟନ୍ତ ବି ମିଳିନି। ଛୁଆକୁ ନପାଇ ତା ମା ପାଗେଳି ହୋଇଗଲାଣି। ମେଡିକାଲ କର୍ତ୍ତୃପକ୍ଷ ୭ଦିନ ସମୟ ଦେଇଥିଲେ। ଏବେ ଦେଖା ଦେଉନାହାନ୍ତି’। ତେବେ ଘଟଣା ନେଇ  ମେଡିକାଲ କଲେଜ କିମ୍ବା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

Corona Update In Odisha: ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳେ

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ବର୍ଷା ହେଲେ ବସ୍ତିରେ ଚିନ୍ତା, ବାରମ୍ବାର ପ୍ରତିଶ୍ରୁତି ପରେ ବି କରାଯାଉନି ଥଇଥାନ

ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି

ମନ୍ତ୍ରୀଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତାପ ଜେନା

ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ଏନ୍‌ୟୁଜେ

ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

You might also like