ପୋଲିସ ବାବୁଙ୍କ ଅଜବ ନୀତି। ନାବାଳକ ଟ୍ରାକ୍ଟର ଚାଳକକୁ ୩୨ ହଜାର ଟଙ୍କା ଫାଇନ କାଟିଲେ। ପୁଣି ୮ କିମି ତା’ ଟ୍ରାକ୍ଟରରେ ବସି ଥାନାକୁ ଗଲେ
ଏ କେମିତିକା ନିୟମ?
- ଟ୍ରାକ୍ଟର ଚଲାଉଥିବା ଅଭିଯୋଗରେ ନାବାଳକଙ୍କ କଟିଲା ଫାଇନ୍
- ଫାଇନ୍ ପରେ ୮ କିମି ଟ୍ରାକ୍ଟର ଚଲାଇବାକୁ କହିଲା ପୋଲିସ
- ନାବାଳକ ସହ ପୋଲିସ୍ କର୍ମଚାରୀ ବି ଟ୍ରାକ୍ଟରରେ ବସିଲେ
- ନାବାଳକ ଡ୍ରାଇଭର ବୋଲି ଜୋରିମାନା କଟିଲା ୩୨ ହଜାର ୫ ଶହ ଟଙ୍କା
ପଦ୍ମପୁର: ନାବାଳକ ବୋଲି ଚାଲାଣ କାଟିଲା ପୋଲିସ୍, ହେଲେ ସେହି ନାବାଳକ ଗାଡ଼ି ଚଲାଇଲା ଆଉ ତାସହ ୮ କିଲୋମିଟର୍ ଦୂର ଥାନାକୁ ଆସିଲେ ପୋଲିସ୍। ଏପରି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବରଗଡ଼ ପଦ୍ମପୁର ବାଏସନା ରାସ୍ତାରେ ଗତ ଦୁଇ ଦିନ ତଳେ ଜଣେ ନାବାଳକ ଟ୍ରାକ୍ଟର ଚଲାଉଥିବା ଅଭିଯୋଗରେ ସମ୍ପୃକ୍ତ ନାବାଲକଙ୍କୁ ଧରିଥିଲେ ଆରଟିଓ କର୍ମଚାରୀ। ତେବେ ନାବାଳକ ଜଣକଙ୍କଠୁ ୩୨ ହଜାର ୫ ଶହ ଟଙ୍କା ଫାଇନ୍ ବି କାଟିଥିଲେ।
ହେଲେ ଟ୍ରାକ୍ଟର ଜବତ କରିବାକୁ ଫାଇନ୍ ବାବଦ ଟଙ୍କା ଦେବା ପୂର୍ବରୁ ଟ୍ରାକ୍ଟରକୁ ଜବତ କରିଥିଲା ପୋଲିସ୍। ହେଲେ ଜବତ ଅଞ୍ଚଳରୁ ପଦ୍ମପୁର ଥାନା ୮ କିଲୋମିଟର୍ ରାସ୍ତା ନାବାଳକ ଜଣକଙ୍କୁ ହିଁ ଗାଡ଼ି ଚଲାଇ ଯିବାକୁ କହିଥିଲେ ପୋଲିସ୍ କର୍ମଚାରୀ। ତାସହ ଖୋଦ୍ ଦୁଇ ଜଣ ପୋଲିସ୍ ଅଧିକାରୀ ସେହି ଟ୍ରାକ୍ଟରରେ ବସି ଥାନାକୁ ଯାଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ନାବାଳକ ଟ୍ରାକ୍ଟର ଚଲାଇବାକୁ କେନ୍ଦ୍ର କରି ଫାଇନ୍ କଟାଗଲା ତେବେ ତାଙ୍କୁ କିପରି ୮ କିଲୋମିଟର୍ ରାସ୍ତା ପୁଣି ଟ୍ରାକ୍ଟର ଚଲାଇବାକୁ ଦିଆଗଲା ? ତେବେ ଜବତ ହୋଇଥିବା ଟ୍ରାକ୍ଟର ଏବେ ପଦ୍ମପୁର ଥାନାରେ ରହିଛି। ଅଭିଯୋଗ ସମ୍ପର୍କରେ ପୋଲିସ୍ ଓ ଆରଟିଓର ପ୍ରତିକ୍ରିୟା ମିଳିପାରିନି।
#ପୋଲିସ_ବାବୁଙ୍କ_ଏଇ_କି_ନିୟମ ?
ପୋଲିସ ବାବୁଙ୍କ ଅଜବ ନୀତି। ନାବାଳକ ଟ୍ରାକ୍ଟର ଚାଳକକୁ ୩୨ ହଜାର ଟଙ୍କା ଫାଇନ କାଟିଲେ। ପୁଣି ୮ କିମି ତା’ ଟ୍ରାକ୍ଟରରେ ବସି ଥାନାକୁ ଗଲେ। କେଉଁଠି ପୋଲିସ ବାବୁ ଭିଆଇଛନ୍ତି ଏମିତି କାଣ୍ଡ ଦେଖନ୍ତୁ ରିପୋର୍ଟରେ #Odisha #Padmapur #OdishaPolice pic.twitter.com/il1Gn7ZkR6— ଓଟିଭି (@otvkhabar) March 16, 2021