ପୁଣି ଚାଷୀ ଆତ୍ମହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲା ଏସ୍ ଡୁମେରପାଲି ପଞ୍ଚାୟତରେ ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ନୂଆପଲ୍ଲୀ ଗାଁର ଚାଷୀ ମହେନ୍ଦ୍ର ସାହୁ ଗତ ଗୁରୁବାର ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଋଣ ଭାର ଓ ଫସଲହାନୀ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମହେନ୍ଦ୍ରଙ୍କ ପରିବାର ଲୋକ କହିଛନ୍ତି ଯେ ଗତବର୍ଷ ମହେନ୍ଦ୍ର ନିଜ ଜମିରେ ବିଭିନ୍ନ ପ୍ରକାରର ଫସଲ କରିଥିଲେ। ହେଲେ ଏଗୁଡ଼ିକ ନଷ୍ଟ ହୋଇଯାଇଥିଲା। ତଥାପି ତାଙ୍କୁ ଇନ୍ସ୍ୟୁରାନ୍ସ ପଇସା ମିଳି ନଥିଲା। ଏହି କାରଣରୁ ତାଙ୍କର ଋଣଭାରି ବଢ଼ିବା ଆରମ୍ଭ ହୋଇଥିଲା।

ଇତି ମଧ୍ୟରେ ଏହି ଋଣଭାର ସୀମା ୪୦ ହଜାର ପାର କରିଯାଇଥିଲା। ଋଣ ପରି‌ଶୋଧ ନେଇ ସେ ସର୍ବଦା ଚିନ୍ତିତ ଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗୁରୁବାର ଦିନ ବିଷ ପିଇ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମା’କ୍ଷୀର

ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

‘ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି’

‘କରୋନା କଣ ଆମେ ଜାଣିନୁ’

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

You might also like