ଶନି ଓ ରବି ଏହି ଜିଲ୍ଲାରେ ସଟ୍‌ଡାଉନ୍ ହେବ ସହରାଞ୍ଚଳ

ବରଗଡ଼: ଆସନ୍ତା ଶନିବାର ରବିବାର ସଟ୍‌ଡାଉନ୍ ରହିବ ବରଗଡ଼ ଜିଲ୍ଲାର ସହରାଞ୍ଚଳ। ବରଗଡ଼ ମ୍ୟୁନିସାପାଲଟି ଏବଂ ବରପାଲି, ବିଜେପୁର, ପଦ୍ମପୁର ଓ ଅତାବିରା ଏନ୍ଏସି ସଟ୍‌ଡାଉନ୍ ରହିବ। ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ଜିଲ୍ଲାରେ ମୋଟ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହେଲେଣି।

ଆଜି ଯେଉଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେ ହେଉଛନ୍ତି ଅତାବିରା NAC ଅଞ୍ଚଳର। ତାଙ୍କୁ ଭୁବନେଶ୍ୱର KIMC କରୋନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର କିଛି ଗସ୍ତ ବିବରଣୀ ମିଳି ନାହିଁ। ସେ ରହୁଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

You might also like