୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ଼(ଦୀପକ ଶର୍ମା): ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ବରଗଡରେ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବରଗଡ ଜିଲ୍ଲାପାଳ ସେମାନଙ୍କୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୩ଜଣ ପ୍ରିଜାଇଡିଂ ଓ ୩ଜଣ ସେକ୍ଟର ଅଫିସର ଅଛନ୍ତି।  ୬୮ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଓ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ  ନିଲମ୍ବିତ କରାଯାଇଛି।

ସେହିପରି ୨୩୫ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ  ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ୧୬ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଓ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

You might also like