ସେଲୁନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ପାରିବାରିକ ଅସନ୍ତୋଷରୁ ଅାତ୍ମହତ୍ୟା ସନ୍ଦେହ

ଭଞ୍ଜନଗର  : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଭଞ୍ଜମାର୍ଗର ଏକ ସେଲୁନରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେଲୁନର ମାଲିକ ବାବୁ ରାଓ। ପାରିବାରିକ କଳହକୁ କେନ୍ଦ୍ରକରି ବାବୁ ଅାତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଦୀର୍ଘ ତିନି ବର୍ଷ ହେବ ମୃତ ବାବୁଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଲଗା ରହୁଥିଲେ। ଏ ନେଇ ବାବୁ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଖବର ପାଇ ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

You might also like